ଭୁବନେଶ୍ବର : ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ‘ପ୍ରେରଣା ଇଣ୍ଟରନାସନାଲ୍ ଗ୍ରିନ୍ ଆର୍ମି’ ଓ ‘ଜାତୀୟ ସମରକଳା ମହାସଂଘ’ର ମିଳିତ ସହଯୋଗରେ କଳ୍ପନା ଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ପାଇକ ଆଖଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂକଳ୍ପ ପାଠ ସହ ସବୁଜ ଅଭିଯାନ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସଂପ୍ରତି ବିଶ୍ବ ସମ୍ମୁଖରେ ପରିବେଶ ପ୍ରଦୂଷଣ, ଗ୍ଲୋବାଲ୍ ୱାର୍ମିଂ ଓ ଜଳବାୟୁ ପରିବର୍ତନ ଘାତକ ସମସ୍ୟା ଭାବେ ଛିଡ଼ା ହୋଇଛି। ତେଣୁ ଆମେ ବିଶ୍ବ ସବୁଜ ମହାସଂଗ୍ରାମ ଆରମ୍ଭ କରିବା ସହ ଗଛଟିଏ ଲଗାଇବାକୁ ସେ ଆହ୍ବାନ କରିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ବକ୍ତବ୍ୟ ରଖିଥିଲେ। ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡେଣ୍ଟ୍ ଇନ୍ ଚିଫ୍ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରତ୍ୟେକ ଓଡ଼ିଶାବାସୀ ଏହି ଅଭିଯାନରେ ସାମିଲ୍ ହେବାକୁ ନିବେଦନ କରିଥିଲେ। ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ଗ୍ରିନ୍ ଆର୍ମିର ଡେପୁଟି କମାଣ୍ଡେଣ୍ଟ୍ ଯଜ୍ଞାଶିଷ ମହାପାତ୍ର, ସାମାଜିକ କର୍ମୀ ନରେନ୍ଦ୍ର ପୃଷ୍ଟି, ମାନବ ଅଧିକାର କର୍ମୀ ଅଭିନ ହୋତା, ଅବନୀ ଜେନା, ଦିବ୍ୟ ନାରାୟଣ ସ୍ବାଇଁ, ପ୍ରକାଶ ଶ୍ରୀଚନ୍ଦନ, ଡ.ଅଜୟ ସ୍ବାଇଁ, ହରିହର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ସୌମ୍ୟକାନ୍ତ ବଳିୟାରସିଂହଙ୍କୁ ବକ୍ସି ଜଗବନ୍ଧୁ ସ୍ମୃତି ସମ୍ମାନ, ଆଚିଭର ଫାଉଣ୍ଡେସନ୍ର ନିର୍ଦେଶିକା ଅରୁନ୍ଧତୀ ସୁନ୍ଦରାୟଙ୍କୁ ରାଣୀ ପ୍ରଭାବତୀ ସମ୍ମାନ, ପ୍ରସନ୍ନା ପତିଙ୍କୁ ରାଣୀ ସୁକଦେଇ ସମ୍ମାନ, ପୂର୍ଣ୍ଣିମା ବେଜ୍ଙ୍କୁ ଗ୍ରିନ୍ କୁଇନ୍ ସମ୍ମାନ, ଅଶୋକ ପାଲଟାସିଂହ, କେଦାରନାଥ ଦାସ, ପଦ୍ମଚରଣ ରାୟ, ନିରଂଜନ ଜେନା, ନିଲୁ ଖୁଣ୍ଟିଆ, ଆଶିଷ ବରିସଲ ପ୍ରମୁଖଙ୍କୁ ଗ୍ରିନ୍ କମାଣ୍ଡେଣ୍ଟ୍ ଭାବେ ସମ୍ମାନିତ କରାଯାଇଥିଲା। ‘ଏ ଷ୍ଟେପ୍ ଫର୍ ଗ୍ରିନ୍ ଆର୍ଥ’ ନାମରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା।
ସବୁଜ ବିଶ୍ୱ ପାଇଁ ମହାସଂଗ୍ରାମର ଶୁଭାରମ୍ଭ
/sambad/media/post_attachments/wp-content/uploads/2020/01/green-f.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)