ଭୁବନେଶ୍ବର : ‘ପ୍ରେରଣା’ ଇଣ୍ଟରନ୍ୟାସନାଲ୍‌ ଗ୍ରିନ୍‌ ଆର୍ମି ପକ୍ଷରୁ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ପ୍ରେକ୍ଷାଳୟରେ ଆଜି ‘ବିଶ୍ବ ବନ୍ୟପ୍ରାଣୀ ସୁରକ୍ଷା ଦିବସ’ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ବ କରି କହିଲେ, ଜୀବଜଗତକୁ ସୁରକ୍ଷା ଦେବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଓ ଦାୟିତ୍ବ ହେବା ଉଚିତ। ପୃଥିବୀପୃଷ୍ଠରେ ସନ୍ତୁଳନ ରକ୍ଷା କରିବା ପାଇଁ ପଶୁପକ୍ଷୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ଜୀବେଦୟା ଭାରତୀୟ ସଂସ୍କୃତିର ମହାମନ୍ତ୍ର।

Advertisment

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ମନୋଜ ସାମନ୍ତରାୟ, ଚିକିତ୍ସକ ରାଘବ ପରିଡ଼ା, ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ହରିଚନ୍ଦନ, ସଂଗ୍ରାମ ସାମନ୍ତରାୟ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟମାନଙ୍କରେ ସ୍ବେଚ୍ଛାସେବୀମାନେ ପ୍ଲାକାର୍ଡ, ବ୍ୟାନର ଧରି ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ପାଇଁ ଖରାଦିନେ ବିଭିନ୍ନ ସ୍ଥାନରେ ପାଣିପାତ୍ରମାନ ରଖିବାକୁ ଅନୁରୋଧ କରିଥିଲେ।