ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ଦୀକ୍ଷାନ୍ତ ଉତ୍ସବ ପରେଡରେ ଅଭିବାଦନ ଗ୍ରହଣ କରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ଆଜି ବ୍ରହ୍ମପୁରଠାରେ ଥିବା ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିବାପରେ ସେଠାରେ ଦୀକ୍ଷାନ୍ତ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ଆୟୋଜିତ ପରେଡ ସେ ଅଭିବାଦନ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟତୀତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଗତକାଲି ସ୍ୱତନ୍ତ୍ର ବିମାନ ରାଜକୋମଲ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ସ୍ୱାଗତ କରିଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ରହ୍ମପୁରସ୍ଥିତ ଗୋପାଳପୁର ଆର୍ମି ଏଡି କଲେଜର ପଚିଶ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପୂର୍ବାହ୍ନ ୧୦ଟା ୫୫ ମିନିଟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ରରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ରାଞ୍ଚି ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରଠାରୁ ଆରମ୍ଭ କରି ଗୋପାଳପୁର ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର