ଭୁବନେଶ୍ବର : ପ୍ରଦେଶ ଯୁବ କଂଗ୍ରେସର ଦାୟିତ୍ବ ନେବା ପରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ପ୍ରଥମ କରି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଶ୍ରୀ ଲେଙ୍କା ୧୦ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ଭାବେ ଲୁଟୁ ରଞ୍ଜନ ତ୍ରିପାଠୀ, କୋରାପୁଟ ପାଇଁ ସୁକାନ୍ତ ପଟ୍ଟନାୟକ, ବଲାଙ୍ଗୀର ପାଇଁ ପ୍ରେମ୍ ପ୍ରକାଶ ମିଶ୍ର, କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ଭାବେ ସା​​ଵଲ୍ ମଙ୍ଗରାଜଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବେ ପ୍ରିୟବ୍ରତ ସାହୁ, କେନ୍ଦ୍ରାପଡ଼ା ପାଇଁ ସତ୍ୟପ୍ରିୟ ସାମଲ, ଜଗତ୍ସିଂହପୁର ପାଇଁ ପ୍ରଶାନ୍ତ କୁମାର ମଲ୍ଲିକ, କଟକ ପାଇଁ ଆର୍ଯ୍ୟବୀର ଲେଙ୍କା ଓ କଟକ (ନଗର) ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ବିକି ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ସମସ୍ତ ଜିଲ୍ଲା, ବିଧାନସଭା ଓ ବ୍ଲକ୍ ସ୍ତରରେ ସଙ୍ଗଠନକୁ ଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଶ୍ରୀ ଲେଙ୍କା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
୧୦ ସାଂଗଠନିକ ଜିଲ୍ଲା ପାଇଁ ଯୁବ କଂଗ୍ରେସ ସଭାପତି
/sambad/media/post_attachments/wp-content/uploads/2019/06/congress-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)