ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବ୍ରହ୍ମପୁର ସହର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ‘କଲର ଆୱାର୍ଡ’ କାର୍ଯ୍ୟକ୍ରମରେ ଯୋଗଦେବେ

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ‘କଲର ଆୱାର୍ଡ’ କାର୍ଯ୍ୟକ୍ରମ ଶନିବାର ବଦଳରେ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ସେହି ଅନୁଯାୟୀ ରାଷ୍ଟ୍ରପତିଙ୍କ ଗୋଳାବନ୍ଧ ଗସ୍ତ ସୂଚୀରେ ପରିବର୍ତ୍ତନ ହୋଇଛି। ରାଷ୍ଟ୍ରପତି ୨୭ ତାରିଖରେ ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ ନ କରି ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ଏବଂ ୨୭ ତାରିଖ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ରାଷ୍ଟ୍ରପତି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି ଗୋଳାବନ୍ଧ ଆର୍ମି ଏ.ଡି କଲେଜ ଯିବେ।

ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧଠାରେ ୧୯୮୪ରେ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଆର୍ମି ଡିଫେନ୍‌ସ ସେଣ୍ଟର ପ୍ରତିଷ୍ଠା ହୋଇଥିଲା। ୨୫ ବର୍ଷରୁ ଉର୍ଧ୍ବ ଉଲ୍ଲେଖନୀୟ ସେବା ପାଇଁ ଏହି ସେଣ୍ଟର୍‌କୁ ୨୮ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସମ୍ମାନଜନକ ‘କଲର ଆୱାର୍ଡ’ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଓଡ଼ିଶା ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର