ଭୁବନେଶ୍ବର : ଆସନ୍ତା ଡିସେମ୍ବର ୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦୁଇଟି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ୮ ତାରିଖ ସକାଳେ ବରୁଣେଇ ଠାରେ ବହୁ ପ୍ରତୀକ୍ଷିତ ପାଇକ ବିଦ୍ରୋହ ସ୍ମାରକୀର ରାଷ୍ଟ୍ରପତି ଶିଳାନ୍ୟାସ କରିବେ। ତାହା ପରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହର ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ। ଶ୍ରୀ କୋବିନ୍ଦ ରାଷ୍ଟ୍ରପତି ହେଲା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ଆଉ ତାପର ଦିନ ଅର୍ଥାତ ୮ ତାରିଖ ସକାଳେ ଖୋର୍ଦ୍ଧା ଯିବେ । ସେଠାରୁ ଫେରି ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବରୁ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ । ବାଣୀବିହାରରେ କାର୍ଯ୍ୟକ୍ରମ ସାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ଆଉ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି।