ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ଆସିପାରୁ ନାହାନ୍ତି ସଭାପତି ରମେଶ ଜେନା

ଘର ସଜଡ଼ା ବେଳେ ବିରୋଧର ସ୍ବର, ନୂଆଙ୍କୁ ଗୁରୁତ୍ବ, ପୁରୁଖାଙ୍କୁ ଅଣଦେଖା

ବ୍ରହ୍ମପୁର : ପୌର ନିର୍ବାଚନ କେବେ ହେବ ତାହା ଅନିଶ୍ଚିତ। ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମରେ ସବୁ ଦଳ ପକ୍ଷରୁ ଏବେ ଠାରୁ ପାଗଭିଡ଼ା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା କ˚ଗ୍ରେସ ପକ୍ଷରୁ ଘର ସଜଡ଼ା ଚାଲିଥିବା ବେଳେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ବ୍ରହ୍ମପୁର ସହରରେ ରହିଛି। ବ୍ରହ୍ମପୁର ସହରରେ ପ୍ରବେଶ ନେଇ କୋର୍ଟଙ୍କ ଅଙ୍କୁଶ ଯୋଗୁଁ ଜିଲ୍ଲା କ˚ଗ୍ରେସ ସଭାପତି ଥିବା ବିଧାୟକ ରମେଶ ଜେନା ଜିଲ୍ଲା କାର୍ଯ୍ୟାଳୟକୁ ଆସିପାରୁ ନାହାନ୍ତି। ସହର ବାହାରେ କେତେବେଳେ କେଉଁଠି ସଭା ସମିତି କରି ଜିଲ୍ଲା ସଭାପତି ସଂଗଠନ ପରିଚାଳନା କରୁଛନ୍ତି। ରମେଶଙ୍କୁ ଜିଲ୍ଲା ସଭାପତି ନିଯୁକ୍ତି ପରେ ଜଡ଼ ପାଲିଟି ଯାଇଥିବା କଂଗ୍ରେସର ଏକରକମ ଶକ୍ତିସଞ୍ଚାର ହୋଇଛି। ଜିଲ୍ଲା କ˚ଗ୍ରେସ ପକ୍ଷରୁ ଏବେ ନିର୍ବାଚନମଣ୍ତଳୀ ସ୍ତରରେ ସାଗ˚ନିକ ବୈଠକ କରି କର୍ମକର୍ତ୍ତା ଚୟନ କରି ଘର ସଜଡ଼ା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରମେଶ। ଘରେ ନ ପଶୁଣୁ ମୁଣ୍ତରେ ଚାଳ ବାଜିବା ଭଳି କିନ୍ତୁ ତାଙ୍କୁ ସଭାପତି ଚୟନ କରାଯିବାକୁ ନେଇ ଦଳରେ ଅସନ୍ତୋଷ ଦାନା ବାନ୍ଧିଲାଣି।

ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଭୁମିକା ରହି ଆସିଛି। ଦିନ ଥିଲା ଏହି ଜିଲ୍ଲା କ˚ଗ୍ରେସର ଗଡ଼ ଥିଲା। ଭାରତର ତତ୍‌କାଳନୀ ପ୍ରଧାନମନ୍ତ୍ରୀ ପି.ଭି.ନରସି˚ହ ରାଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିବାକୁ ପସନ୍ଦ କରିଥଲେ। ଗଞ୍ଜାମ ଭଳି ଜିଲ୍ଲାରେ ପଞ୍ଚାୟତ ଠାରୁ ଲୋକସଭା ପର୍ଯ୍ୟନ୍ତ ସବୁଠି କ˚ଗ୍ରେସର ଏକରକମ ଦବ୍‌ଦବା ଥିଲା। ୨୦୦୦ ମସିହା ପର ଠାରୁ ଗଞ୍ଜାମରେ କ˚ଗ୍ରେସ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବିଶେଷ କରି ୨୦୧୭ ପଞ୍ଚାୟତ ନିର୍ବାଚନ ପର ଠାରୁ ଜିଲ୍ଲାରେ ମୂଳପୋଛ ହୋଇ ଯାଇଥିବା କଂଗ୍ରେସ ଧରାଶୟୀ ଅବସ୍ଥାରେ। ଗଞ୍ଜାମ ଜିଲ୍ଲା ପରିଷଦରେ ଗୋଟିଏ ମାତ୍ର ଆସନ ପାଇଥିଲା। ଜିଲ୍ଲାରେ ସତ୍ତା ନ ଥିବା ବିଜେପି ହଠାତ୍‌ ପ୍ରମୁଖ ବିରୋଧୀ ଭୂମିକାକୁ ଆସିଗଲା। ଆଉ ୨୦୧୮ ଏପ୍ରିଲରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ତା, ଜିଲ୍ଲା ସଭାପତି ଭଗବାନ ଗସ୍ତାୟତଙ୍କ ଭଳି ବହୁ ବରିଷ୍ଠ ନେତା କ˚ଗ୍ରେସ ହାତ ଛାଡ଼ି ଶଙ୍ଖ ଧରିଥିଲେ। ଜିଲ୍ଲାରେ ଦଳ ନେତୃତ୍ବବିହୀନ ହୋଇପଡ଼ିଲା। ଏଭଳିସ୍ଥିତିରେ ୨୦୧୯ ସାଧରଣ ନିର୍ବାଚନ ଲଢି ତଳିତଳାନ୍ତ ହେଲା କ˚ଗ୍ରେସ। ଅବିଭକ୍ତ ଗଞ୍ଜାମ(ଗଞ୍ଜାମ ଓ ଗଜପତି) ଜିଲ୍ଲାରେ ୨ ଲୋକସଭା ଆସନ ଓ ୧୫ଟି ବିଧାନସଭା ଆସନ ରହିଛି। କେବଳ ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ଆସନ। ସାନଖେମୁଣ୍ତି ବିଧାନସଭା ଆସନକୁ କ˚ଗ୍ରେସ ଜିତି ସମ୍ମାନ ବଞ୍ଚାଇଥିବା ବେଳେ ବାକି ସବୁ ଆସନରେ ତୃତୀୟ ସ୍ଥାନକୁ ଖସିଲା। ଅଧିକା˚ଶ ପ୍ରାର୍ଥୀ ଅମାନତ ହରାଇଲେ। ନିର୍ବାଚନ ପରବର୍ତ୍ତୀ ସମୟରେ ଦଳ ଜିଲ୍ଲାର ସ୍ଥିତିକୁ ନେଇ ମାନସ ମନ୍ଥନ କରିଥିଲା। ଶେଷରେ ୨୦୨୦ ଅକ୍ଟୋବର ୧୦ତାରିଖରେ ସାନଖେମୁଣ୍ତି ବିଧାୟକ ରମେଶ ଜେନାଙ୍କୁ ଦଳ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କଲା। ଶ୍ରୀ ଜେନା ଜିଲ୍ଲା ସଭାପତି ହେବା ପରେ ସ୍ଥାଣୁ ପାଲଟି ଯାଇଥିବା କ˚ଗ୍ରେସ ଶିବିର କ୍ରିୟାଶୀଳ ହୋଇଛି। ତେବେ କୋର୍ଟଙ୍କ ଅଙ୍କୁଶ ଶ୍ରୀ ଜେନାଙ୍କ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବ୍ରହ୍ମପୁର ସହର ଗାନ୍ଧୀ ନଗର ଠାରେ ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ରହିଛି। ଅନୁମତି ବିନା ବିଧାୟକ ଶ୍ରୀ ଜେନା ବ୍ରହ୍ମପୁର ସହରରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ରହିଛି। ଫଳରେ ଜିଲ୍ଲା ସଭାପତି ଜିଲ୍ଲା କାର୍ଯ୍ୟାଳୟକୁ ନ ଅସି କିଭଳି ଦଳ ପରିଚାଳନା କରୁଥିବେ ତାହାସହଜରେ ଅନୁମାନ କରା ଯାଇପାରେ। ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟରେ ଏବେ ଏକରକମ ନିରବତା ରାଜ୍‌ କରୁଛି।

ସମ୍ବନ୍ଧିତ ଖବର