ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ‌‌‌ଦ୍ରୌପଦୀ ମୁର୍ମୁ ଶନିବାର ଦିନ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଶନିବାର ସକାଳେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦ୍‌ଘାଟନ କରିଥିଲେ। କଟକରୁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ହେଲିକପ୍ଟର ଯୋଗେ ଫେରିବା ପରେ ସ୍ବତନ୍ତ୍ର ବିମାନ ବିମାନରେ ନୂଆଦିଲ୍ଲୀ ଫେରିଯାଇଥିଲେ।

Advertisment

ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇବା ପାଇଁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଏମ୍‌ସି ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ସୁନିଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।