ହସ୍ପିଟାଲ ମଡେଲ ଦେଖିଲେ ରାଷ୍ଟ୍ରପତି

ରାଉରକେଲା : ଲୋକାର୍ପଣ ପରେ ରାଷ୍ଟ୍ରପତି ସୁପର ସ୍ପେଶିଆଲିଟି ହସ୍ପିଟାଲର ‘ମଡେଲ୍‌’ ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି। ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଛି। ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ମଧ୍ୟ ରହିଛି। ଏଥିସହ ସ୍ନାୟୁଜନିତ ରୋଗ (ନ୍ୟୁରୋଲୋଜି), ସ୍ନାୟୁବିକ ଅସ୍ତ୍ରୋପଚାର (ନ୍ୟୁରୋ ସର୍ଜରୀ), ଯକୃ୍ତଜନିତ ରୋଗ (ନେଫ୍ରୋଲୋଜି), ହୃଦରୋଗ (କାର୍ଡିଓଲୋଜି), ହୃ୍ଦରୋଗ ଅସ୍ତ୍ରୋପଚାର (କାର୍ଡିଓଲୋଜି-ଥୋରାସିସ୍‌ ସର୍ଜରୀ)। ଏଥିସହ ଏଣ୍ଡୋସ୍‌ସ୍ପୋପି, ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଲ୍ୟାବ୍‌, ସିଆର୍‌ଆର୍‌ଟି ମେସିନ୍‌ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍‌ ଥିଏଟର ରହିଛି। ‌

ସେହିପରି ଆପତ୍ତିକାଳୀନ ସୁବିଧା, ଆଇସିୟୁ, ଏନ୍‌ଆଇସିୟୁ, ପିଆଇସିୟୁ ଆଦି ବିଭାଗ ରହିଛି। ଅନୁରୂପ ଭାବେ ୫୦୦ ଲୋକ ବସିବା ପାଇଁ ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଲକ, ୪ଟି ଲେକ୍‌ଚର ଥିଏଟର, ଲାଇବ୍ରେରୀ, ସମ୍ମିଳନୀ କକ୍ଷ ଆଦି ରହିଛି। ରାଉରକେଲାରେ ବସବାସ କରୁଥିବା ପ୍ରାୟ ଛଅ ଲକ୍ଷ ଲୋକଙ୍କ ସମେତ ପଡୋଶୀ ଜିଲ୍ଲା ଓ ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ ରୋଗୀ ଉପକୃତ ହେବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୫ ଏପ୍ରିଲରେ ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର