୨୭ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଥିବାର ସୂଚନା ମିଳିଛି। ସେ ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ୨୭ ତାରିଖ ସନ୍ଧ୍ୟାରେ  ଭୁବନେଶ୍ବରରେ ପହଞ୍ଚିବେ। ସେଦିନ ରାଜଭବନରେ ରାତ୍ରିଯାପନ ପରେ ୨୮ତାରିଖ ସକାଳ ୬ଟା ୧୦ ମିନିଟ ସମୟରେ ଗୋପାଳପୁର ଯିବେ ଏବଂ ୧୧ଟାବେଳେ ସେଠାରୁ ଭୁବନେଶ୍ବର ଫେରିବେ । ୨୮ ତାରିଖ ଦିନ ୧୧ଟାରେ ଦିଲ୍ଲୀ ରାଷ୍ଟ୍ରପତି ଫେରିବାର କାର୍ଯ୍ୟକ୍ରମ ରହିଛି ।

image source -maharastra today

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଲାଗି  ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ରାଜ୍ୟ ପୁଲିସ୍ ଡିଜି ବିଜୟ ଶର୍ମାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁଲିସ ଅଧିକାରୀଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା), ଗୁଇନ୍ଦା ନିର୍ଦେଶକ, ଡିଆଇଜି ସତ୍ୟବ୍ରତ ଭୋଇ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ବର ଡିସିପି ଓ ଗଞ୍ଜାମ ଏସପିଙ୍କ ସମେତ କେତେକ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ କିପରି ସୁଚାରୁରୂପେ ସଂପାଦିତ ହେବ ସେଥିନେଇ ଏହି ବୈଠକରେ ଆଲୋଚନା ହେଉଥିବାର ସୂଚନା ରହିଛି। ପୁଲିସ ଡିଜି ବିଜୟ ଶର୍ମା କହିଛନ୍ତି କି, ବ୍ଲୁ-ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ସେଥିଲାଗି ଆଜି ପ୍ରାଥମିକ ବୈଠକ ବସି ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଛି। 

ସମ୍ବନ୍ଧିତ ଖବର