୨୧ରେ ରାଉରକେଲାରେ ପହଞ୍ଚିବେ ରାଷ୍ଟ୍ରପତି, ‘ରାଉରକେଲା ହାଉସ୍‌’ ରୁମ୍‌ ନଂ-୧ରେ ସ୍ବତନ୍ତ୍ର ବ୍ୟବସ୍ଥା

ରାଉରକେଲା : ଦିନକପରେ ଅର୍ଥାତ୍‌ ୨୧ରେ ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ଏହା ପୂର୍ବରୁ ପୂର୍ବାହ୍ନ ୯ଟାରେ ଭୁବନେଶ୍ବର ରାଜଭବନରେ ପହଞ୍ଚିବେ। ପୂର୍ବାହ୍ନ ୯ଟା ୧୫ ମିନିଟ୍‌ରେ ଭୁବନେଶ୍ବରରୁ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ବାହାରି ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ। ପୂର୍ବାହ୍ନ ୯ଟା ୫୫ ମିନିଟ୍‌ରେ ଝାରସୁଗୁଡା ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ବାହାରି ୧୦ଟା ୩୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ରାଉରକେଲା ବିମାନ ବନ୍ଦରୁ ବାହାରି ସିଧାସଳଖ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ରହିବେ। ମଧ୍ୟାହ୍ନ ୧୨ଟାରେ ଏନ୍ଆଇଟି ଛାଡି ୧୨ଟା ୧୦ ମିନିଟ୍‌ରେ ‘ରାଉରକେଲା ହାଉସ୍‌’ରେ ପହଞ୍ଚିବେ। ରାଉରକେଲା ହାଉସ୍‌ରେ ଅପରାହ୍ନ ୩ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ବିଶ୍ରାମ ନେବେ। ସାଢ଼େ ୩ଟାରୁ ରାଉରକେଲା ହାଉସରୁ ବାହାରି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପରିଦର୍ଶନରେ ଯିବେ। ଅପରାହ୍ନ ୩ଟା ୪୫ ମିନିଟ୍‌ରେ ଆଇଜିଏଚ୍‌ ସୁପରସ୍ପେଶିଆଲିଟି ହସପିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ଅପରାହ୍ନ ୪ଟା ୫୦ ମିନିଟ୍‌ରେ ଝାରସୁଗୁଡା ବିମାନ ବନ୍ଦର ଦେଇ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ସହ ବିମାନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଉରକେଲା ଆସିବେ। ଏତଦ୍‌ବ୍ୟତୀତ ରାଷ୍ଟ୍ରପତିଙ୍କ ସହିତ ୪୫ ଜଣ ବ୍ୟକ୍ତିଗତ ସହାୟକ, ସୁରକ୍ଷା ଅଧିକାରୀ, ମେଡିକାଲ ଷ୍ଟାଫ୍‌, କର୍ମଚାରୀ ରହିବେ। ରାଷ୍ଟ୍ରପତିଙ୍କ ରହଣୀ ପାଇଁ ରାଉରକେଲା ହାଉସ୍‌ର ରୁମ୍‌ ନଂ-୧କୁ ସଂରକ୍ଷିତ ରଖାଯାଇଛି। ଏହି ରୁମ୍‌କୁ ଲାଗି ଥିବା ରୁମ୍‌ ନଂ-୨ରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ରହିବେ। କାରଣ, ଆକସ୍ମିକ କାର୍ଯ୍ୟରେ ସେ ରାଷ୍ଟ୍ରପତିଙ୍କ ପାଖରେ ସ୍ବଳ୍ପ ସମୟ ଭିତରେ ପହଞ୍ଚିପାରିବେ। ରୁମ୍‌ ନଂ-୧ର ଠିକ୍‌ ଉପରେ ରୁମ୍‌ ନଂ-୫ ରହିଛି। ତେବେ ଏହି ରୁମ୍‌ରେ ଅନ୍ୟ କୌଣସି ଅତିଥିଙ୍କୁ ରଖାଯିବନି।

ସମ୍ବନ୍ଧିତ ଖବର