ଭୁବନେଶ୍ୱର: ଡିସେମ୍ବର ୮ରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଅବସରରେ ବାଣୀବିହାରକୁ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ଲାଟିନମ୍ ଜୁବୁଲି ଅବସରରେ ଆୟୋଜିତ ଉତ୍ସବରେ ସେ ଯୋଗଦେବେ | ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି | ଅନ୍ୟପଟେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବର ଦ୍ବିତୀୟ ଦିନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି |
/sambad/media/post_attachments/wp-content/uploads/2019/11/EKIAp8MVAAEJJ33-300x200.jpg)
ଏହି କାର୍ଯ୍ୟକ୍ରମରେ ୧୦ ହଜାର ପୁରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଏହି ଅଵସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନେତୃତ୍ବ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ | ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ସେ ଆହ୍ବାନ ଦେଇଛନ୍ତି |
ଏଠାରେ ସୂଚନା ଥାଉ କି ଗତକାଲି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ | ସେ ଏହି ଅବସରରେ କହିଥିଲେ ଯେ ଜାତୀୟ ଉଚ୍ଚଶିକ୍ଷା ମାନଚିତ୍ରରେ ବି ଉତ୍କଳ ବିଶ୍ବବିଦ୍ୟାଳୟ ଗୁରୁତ୍ବ ବହନ କରୁଛି। ଶିକ୍ଷାଦାନରେ ଉତ୍କର୍ଷ କ୍ଷେତ୍ରରେ ରାଜ୍ୟର ଆଗୁଆ ଶିକ୍ଷାନୁଷ୍ଠାନ ଭାବେ ଏହା ସବୁବେଳେ ନିଜର ଦାୟିତ୍ବ ନିର୍ବାହ କରିଆସିଛି। ଏଭଳି ଶିକ୍ଷାନୁଷ୍ଠାନକୁ ଆହୁରି ଆଗକୁ ନେବା କ୍ଷେତ୍ରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/RAMNATHKOVIND.jpg)