ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବାନ୍ଧଶିଳ୍ପୀ ଶଶିଧର ମେହେରଙ୍କ ପରଲୋକ

ବରଗଡ଼ : ପ୍ରଖ୍ୟାତ ବାନ୍ଧଶିଳ୍ପୀ ଶଶିଧର ମେହେର (୮୭)ଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥ ଥିଲେ। ଗୁରୁବାର ବରଗଡ଼ ଶାନ୍ତିନଗରସ୍ଥିତ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।

ସ୍ବର୍ଗତ ମେହେରଙ୍କ ସମ୍ବଲପୁରୀ ବାନ୍ଧଶିଳ୍ପରେ ପ୍ରସିଦ୍ଧି ରହିଥିଲା। ସେ ୨୦୧୨ ମସିହାରେ ଏଥିପାଇଁ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ୨୦୧୦ ମସିହା ପାଇଁ ସେ ସନ୍ଥ କବୀର ସମ୍ମାନ ପାଇଥିଲେ। ତାଙ୍କର ପତ୍ନୀ ଶାନ୍ତି, ଏକମାତ୍ର ପୁଅ ଅଶୋକ, ପୂତ୍ରବଧୂ ମଂଜୁଶ୍ରୀ, ଝିଅ ବାସନ୍ତୀ, ଜ୍ବାଇଁ ମନୋରଂଜନ ଏବଂ ନାତିନାତୁଣୀ ଅଛନ୍ତି। ଶୁକ୍ରବାର ସକାଳେ ତାଙ୍କ ଶେଷକୃତ୍ୟ ହେବ ବୋଲି ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ। ତାଙ୍କ ବି‌ୟୋଗରେ ନେହେରୁ ଯୁବକ ସଂଘ ସଭାପତି ଆନନ୍ଦ ପ୍ରଧାନ ଏବଂ ଅନ୍ୟ କର୍ମମର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର