ଭୁବନେଶ୍ବର : ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକତରଫା ଭୋଟ୍ ପାଇଛନ୍ତି। ରାଜ୍ୟ ବିଧାନସଭାର ୧୪୭ଜଣ ସଦସ୍ୟଙ୍କ ମଧ୍ୟରୁ ୧୪୬ଜଣ ଭୋଟ୍ ଦେଇଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ୧୩୭ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ମାତ୍ର ୯ଖଣ୍ଡ ଭୋଟ୍ ମିଳିଛି।
ଦ୍ରୌପଦୀଙ୍କୁ ସବୁ ବିଜେଡି, ବିଜେପି, ସ୍ବାଧୀନ ବିଧାୟକଙ୍କ ସମେତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଭୋଟ୍ ଦେଇଥିବା ବେଳେ ଯଶୋୱନ୍ତଙ୍କୁ ୮ଜଣ କଂଗ୍ରେସ ବିଧାୟକଙ୍କ ସମେତ ଜଣେ ସିପିଆଇ(ଏମ୍) ବିଧାୟକ ଭୋଟ୍ ଦେଇଛନ୍ତି।
ଅପରପକ୍ଷେ ଗତକାଲି ବିଜେପି ବିଧାୟକ ମୋହନ ମାଝୀ ବିଧାନସଭାରେ କହିଥିଲେ ଯେ, କଂଗ୍ରେସର ମହମ୍ମଦ ମୋକିମ୍ଙ୍କ ବାଦ୍ ଆଉ ଜଣେ ବିଧାୟକ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଆସନ୍ତାକାଲି ଭୋଟ୍ ଗଣତି ପରେ କିଏ ସେହି ବିଧାୟକ ଜଣାପଡ଼ିଯିବ। ଏହାପରେ କିଏ ସେ କଂଗ୍ରେସ ବିଧାୟକ ସେନେଇ ଗୃହରେ ଏବଂ ଗୃହ ବାହାରେ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ କହିଥିଲେ ଯେ ବିଜେପିର ଦୁଇ ଜଣ ବିଧାୟକ ଆମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଛନ୍ତି। ଗତକାଲି ବିଜେପି-କଂଗ୍ରେସ ବିଧାୟକ ଭୋଟ୍ ଅଦଳବଦଳ ନେଇ କହିଥିଲେ ହେଁ ଆଜି ତାହା ଭୁଲ୍ ପ୍ରମାଣିତ ହୋଇଛି।
ସୂଚନାଯୋଗ୍ୟ ଯେ, ଦ୍ରୌପଦୀଙ୍କୁ ୨୦,୪୧୩ ମୂଲ୍ୟ ଏବଂ ଯଶୱନ୍ତଙ୍କୁ ୧୩୪୧ ମୂଲ୍ୟର ଭୋଟ୍ ମିଳିଛି। କୌଣସି ଭୋଟ୍ ନାକଚ ହୋଇନି।
୩ ରାଜ୍ୟରେ ଯେଶାୱନ୍ତ ଖାତା ଖୋଲିନାହାନ୍ତି
ନୂଆଦିଲ୍ଲୀ : ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ତାଙ୍କୁ ସବୁ ରାଜ୍ୟରେ ଭୋଟ୍ ମିଳିଛି। ତେବେ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ଯେଶାୱନ୍ତ ସିହ୍ନାଙ୍କୁ ୩ଟି ରାଜ୍ୟରେ ସଂପୂର୍ଣ୍ଣ ନିରାଶ ହେବାକୁ ପଡ଼ିଛି। ସେ ଖାତା ଖୋଲି ପାରିନାହାନ୍ତି। ଆନ୍ଧ୍ର ପ୍ରଦେଶ, ନାଗାଲାଣ୍ଡ ଓ ସିକିମରେ ଯେଶାୱନ୍ତଙ୍କୁ ଗୋଟିଏ ହେଲେ ଭୋଟ ମିଳିନାହିଁ।
/sambad/media/post_attachments/wp-content/uploads/2022/07/vvvdddd-300x209.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/droupadi.jpg)