ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଆଜି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ଇଂରାଜୀରେ ଶପଥ ପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ପରେ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇ ଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନବୀନଙ୍କ ପଞ୍ଚମ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପରେ ରାମନାଥ୍ କୋବିନ୍ଦ ଫୋନ୍ ଯୋଗେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Congratulations to Shri Naveen Patnaik Ji on taking oath as Odisha’s Chief Minister. Best wishes to him and his team in fulfilling the people’s aspirations. I assure complete cooperation from the Centre in working for Odisha’s progress. @Naveen_Odisha
— Narendra Modi (@narendramodi) May 29, 2019
ତେବେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶପଥ ଗ୍ରହଣ ପରେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଓ ତାଙ୍କ ନୂଆ ଟିମକୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଏହା ସହ ଓଡ଼ିଶାରେ ବିକାଶ ପାଇଁ କେନ୍ଦ୍ରର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।
Best wishes to Shri @Naveen_Odisha on taking oath as the Chief Minister of Odisha. I am hopeful that the State Govt. in Odisha will proactively support the Centre in uplifting the lives of our Odia brothers & sisters to help further the dream of a developed & #NewOdisha.
— Dharmendra Pradhan (@dpradhanbjp) May 29, 2019
ମୋଦୀଙ୍କ ପରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ପଞ୍ଚମ ପାଳି ସମ୍ଭାଳିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରକୁ ରାଜ୍ୟ ସରକାର ସମର୍ଥନ କରିବ ବୋଲି ଆଶା ବ୍ୟକ୍ତ କରିବା ସହ ଓଡ଼ିଶାବାସୀଙ୍କ ସ୍ୱପ୍ନ ଓ ବିକାଶ ପାଇଁ କେନ୍ଦ୍ରକୁ ସମର୍ଥନ କରିବା ନେଇ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ।