ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସାମ୍ବାଦିକ ସଂଘର ଦାବି 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଲୋକଙ୍କ ବିକାଶ ସହ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଟଙ୍କା ବୃଦ୍ଧି ପାଇଁ ମାଲକାନଗରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦାବି କରିଛନ୍ତି। ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭିକେ ପାଣ୍ଡିଆନକୁ ସାମ୍ବାଦିକମାନ‌େ ଭେଟି ଦାବି ଜଣାଇଥିଲେ।

ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷରୁ ୧୦ ଲକ୍ଷ ରଖିବା, ସଂଘ କାର୍ଯ୍ୟାଳର ଗୃହ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ, ତମସା କେନାଲ ଓ ଗୋମ୍ପକୋଣ୍ଡା କେନାଲ ନବୀକରଣ, ଜୟପୁର-ମାଲକାନଗିରି ରେଳପଥର କାମକୁ ତ୍ବରାନିତ କରିବା, ଗମାନଗମନର ସୁବିଧା ପାଇଁ ସ୍ବାଭିମାନ ଅଞ୍ଚଳର ଅଧିକ ବ୍ରିଜ ନିର୍ମାଣ, ମାଲାକାନଗିରି ସରକାରୀ ମହିଳା ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରିବା ନେଇ ସାମ୍ବାଦିକମାନେ ଦାବି ଜଣାଇଥିଲେ।

ସମ୍ବନ୍ଧିତ ଖବର