ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଯୋଗଦେବେ ଶତାଧିକ କଳାକାର

ସୋନପୁର: ଆସନ୍ତା ଶନିବାରଠାରୁ ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏ ସଂପର୍କରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବିଶେଷ ସୂଚନା ଦେଇଛନ୍ତି। ଚଳିତ ମହୋତ୍ସବ ଅଧିକ ଆକର୍ଷଣୀୟ କରିବା ପାଇଁ ଓଲିଉଡ କଣ୍ଠଶିଳ୍ପୀ ଯୋଗ ଦେବେ। ଉଦ୍‌ଘାଟନୀ ସନ୍ଧ୍ୟାରେ ଏମାନଙ୍କ ମଧ୍ୟରେ ସଂଯୋଜିକା ମୁନ୍‌ମୁନ ସିଂହ, କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଅର୍ପିତା ଚୌଧୁରୀ, ସଞ୍ଜୁ ମହାନ୍ତି ପ୍ରମୁଖ ଯୋଗ ଦେବେ। ସେହିପରି ଜିଲ୍ଲା ତଥା ରାଜ୍ୟ ବାହାରର ଶତାଧିକ କଳାକାର ଏଥର ଯୋଗ ଦେବେ। ପଲ୍ଲିଶ୍ରୀ ମେଳାରେ ୨୦୦ ଷ୍ଟଲ୍‌ ହୋଇଛି। ବିଭିନ୍ନ ଅଞ୍ଚଳର ସାମଗ୍ରୀ ଏଠାରେ ବିକ୍ରି କରାଯିବ।

ସେହିପରି ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଉଦଘାଟନୀ ସଂଧ୍ୟାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି, ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଦ୍ବିତୀୟ ଦିବସ ସନ୍ଧ୍ୟା କାର୍ଯ୍ୟକ୍ରମରେ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି, ଉତ୍ତରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଡ.ଦୀପକ କୁମାର, ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମା, ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଏସ୍‌ପି ଅମରେଶ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ଦିବସ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ମୁଖ୍ୟଅତିଥି, ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ତରଭା ଏନ୍‌ଏସି ଅଧ୍ୟକ୍ଷା ବନ୍ଦିତା ନାଏକ, ବିନିକା ଏନ୍‌ଏସି ଅଧ୍ୟକ୍ଷ ସୁବାସ ଭୁଏ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଚତୁର୍ଥ ଦିବସ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଲୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଡୁଙ୍ଗୁରିପାଲି ବ୍ଲକ୍‌ ଅଧ୍ୟକ୍ଷା ଅହଲ୍ୟା ସାହୁ, ତରଭା ବ୍ଲକ୍‌ ଅଧ୍ୟକ୍ଷ ସରୋଜ କମ୍ପ, ବିନିକା ବ୍ଲକ୍‌ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ବୀରମହାରାଜପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତି ଲୁହା, ସୋନପୁର ବ୍ଲକ୍‌ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ସୋନପୁର ଉପଜିଲ୍ଲାପାଳ ଡ.ଇପସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ ସୋନପୁର, ଉପଜିଲ୍ଲାପାଳ ଡ.ଇପସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର