ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଠିକାଦାର ବିରୁଦ୍ଧରେ ମିଥ୍ୟା ମକଦମା ଅଭିଯୋଗ

ଚାନ୍ଦବାଲି : କରୋନା ମହାମାରୀରେ ରାଜ୍ୟ ବାହାରୁ ନିଜ ରାଜ୍ୟକୁ ଆସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି ଲକଡ଼ାଉନ ପରେ ରାଜ୍ୟ ବାହାରକୁ ଯାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ହେଲେ କିଛି ଶ୍ରମିକ ଠିକାଦରଙ୍କ ସହ ଦ୍ୱିମତ ହେବାରୁ ଗାଁକୁ ଫେରି ଆସି ଠିକାଦାରଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ସେଠାରେ ସଠିକ କାର୍ଯ୍ୟ କରାଯାଉନଥିବା ଅଭିଯୋଗ କରି ବିଭିନ୍ନ ଥାନାରେ ଠିକାଦାରଙ୍କ ନାମରେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ଉକ୍ତ ଠିକାଦାରଙ୍କ ନିକଟରେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଅନ୍ୟ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପରିବାର ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରବାସୀ ଓଡ଼ିଆଙ୍କ ପରିବାର ଲୋକେ ଠିକାଦାରଙ୍କ ନାମରେ ମିଥ୍ୟା ଆରୋପ ଲଗାଯାଇଥିବା ଅଭିଯୋଗ କରିଛନ୍ତି ।

ଦୀର୍ଘ ୧୫ ବର୍ଷ ଧରି ରାଜ୍ୟ ବାହାରେ ଶ୍ରମିକ ମାନଙ୍କୁ ନେଇ କାମ କରାଉଥିବା ଠିକାଦାର ପ୍ରଭାତ ସାହୁ ଚଳିତ ବର୍ଷ କରୋନା ପରେ ଶ୍ରମିକ ମାନଙ୍କୁ ଆଗ୍ରିମ ଟଙ୍କା ଦେଇ କାର୍ଯ୍ୟରେ ନିୟୋଜିତ କରିଥିଲେ । ପ୍ରତି ମାସରେ ସଠିକ ସମୟରେ ଦରମା ଦେଉଥିବା ବେଳେ ମାତ୍ର ହାତ ଗଣତି କିଛି ଶ୍ରମିକ ଅଳ୍ପ ଦିନ କାମ କରି ଅଯଥାରେ ଦୋଷାରୋପ କରୁଛନ୍ତି । ରାଜ୍ୟକୁ ଫେରିଆସି ତାଙ୍କ ନାମରେ ମିଥ୍ୟା ଆରୋପ ଲଗାଇଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । କରୋନା ମହାମାରୀ ସମୟରେ ବହୁ ପରିବାର ଅର୍ଥ ପାଇଁ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ଦୁଇ ଶହରୁ ଉର୍ଦ୍ଧ୍ୱ ଠିକାଦାରଙ୍କ ପାଇଁ ଆଜି କର୍ମ ନିଯୁକ୍ତି ପାଇଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି।

ସମ୍ବନ୍ଧିତ ଖବର