କୋଭିଡ ମେଡିସିନ କଳାବଜାରୀ ରୋକିବାକୁ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ: ୨୩ଟି ଚଢ଼ାଉ ଟିମ ଗଠିତ

ଭୁବନେଶ୍ବର: ବଜାରରେ କୋଭିଡ ମେଡିସିନ କଳାବଜାରୀ ରୋକିବାକୁ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏନେଇ କ୍ରାଇବ୍ରାଞ୍ଚ ଅତିରିକ୍ତ ଡିଜି ଯଶବନ୍ତ ଜେଠୱା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, କଟକ- ଭୁବନେଶ୍ବର ଟ୍ଵିନ ସିଟି ପାଇଁ ୭ଟି ଫ୍ଲାଇଂ ସ୍କ୍ବାଡ୍ ଗଠନ କରାଯାଇଛି। ଅନ୍ୟ ଅଞ୍ଚଳ ପାଇଁ ୧୫ଟି ଚଢ଼ାଉ ଟିମ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ଫୋକସରେ ବ୍ରହ୍ମପୁର, ସୁନ୍ଦରଗଡ଼, ରାଉରକେଲା, ବାଲେଶ୍ୱର ଓ ବରଗଡ଼ ଆଦି ସହର ରହିଛି। ସାରା ରାଜ୍ୟ ପାଇଁ ୨୩ଟି ଚଢ଼ାଉ ଟିମ ଗଠନ କରାଯାଇଛି।
ଏମାନେ ମେଡିସିନ ଷ୍ଟକିଷ୍ଟ , ଯୋଗାଣ, ପ୍ରସ୍ତୁତକାରୀ କମ୍ପାନିର ବୈଧ୍ୟତା ନେଇ ଯାଞ୍ଚ କରିବେ। ଜିଲ୍ଲାସ୍ତରରେ ଏସପି ଓ ଡିଆଇଜି ତଦାରଖ କରିବେ।
ଟ୍ଵିନ ସିଟି ଦାୟିତ୍ୱରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ କଣ୍ଟ୍ରୋଲର ଓ ପୁଲିସ କମିସନରଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀ ରହିବେ। ଔଷଧ ବିତରଣ, ବିକ୍ରି ଓ ବୈଧତା ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାର ରାଜ୍ୟରେ ମେଡିସିନ କଳାବଜାରୀ ଉପରେ ରାଜ୍ୟ ସଜାଗ ହୋଇଛି।

ସମ୍ବନ୍ଧିତ ଖବର