ଭୁବନେଶ୍ବର: ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ। ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ’୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବଢ଼ାଇ ପାରିନେଲନି। ଚାଷୀଙ୍କ ଆୟକୁ ବିଚାର କଲେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ଠାରୁ ବହୁ ପଛରେ। କାଳିଆ ଯୋଜନାରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ କହି ଶାସନକୁ ଆସିଲେ, କିନ୍ତୁ କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ମାତ୍ର ୪ ହଜାର ଟଙ୍କା ଧରାଇଦେଇ କାମ ସାରିଦେଲେ। ରାଜ୍ୟର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ବୋନସ୍ ଦେବା କଥା କହିଥିଲେ ତାହା ବି ଦେଲେନି।