କରୋନା ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏଥି ସହ ସେ କହିଛନ୍ତି, କରୋନା ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ପଡ଼ିବ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି  ବାଗଚୀ ।  ଏପରି ଘଡ଼ିସନ୍ଧି ମୁହୂର୍ତ୍ତ ବ୍ରେକିଂ ନିଉଜର ବେଳ ନୁହେଁ , ବର୍ତ୍ତମାନ ସଜାଗ ଓ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯିବ। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ଜରୁରୀ । ଏ ନେଇ  ଗଣମାଧ୍ୟମର ଭୂମିକା ଗୁରତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଗଣମାଧ୍ୟମ ଦାୟିତ୍ବବାନ୍ ହୋଇ ନିଜର କାର୍ଯ୍ୟ ସଂପାଦନ କରିବାକୁ ସେ ନିବେଦନ କରିଛନ୍ତି। ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ନିର୍ଦେଶ ଦେବା ସହ  ଗୁଜବ ବା ଭୁଲ୍‌ ତଥ୍ୟ ପ୍ରଚାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁବ୍ରତ ବାଗ୍‌ଚୀ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର କଣ୍ଟାକ ଟ୍ରେସିଂ ଆରମ୍ଭ କରିଛନ୍ତି | ଦିଲ୍ଲୀରୁ ଭୁବନେଶ୍ୱର ଆସିବା ସମୟରେ ଟ୍ରେନରେ ଓ ଯାହା ଯାହା ସହିତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜୁଛନ୍ତି ରାଜ୍ୟ ସରକାର |  ସେମାନଙ୍କୁ ଚିହ୍ନଟ କରାଯିବା ପରେ ଉପଯୁକ୍ତ ଯତ୍ନ ନିଆଯିବ।

ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥା ଅଚଳ କରିବା ଠିକ୍ ନୁହେଁ । ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥାଙ୍କୁ ମାନଙ୍କୁ ଅସ୍ତବ୍ୟସ୍ତ କରିବା ଠିକ୍ ନୁହେଁ । ତାଙ୍କୁ ଭିଡ଼ିଓ କିମ୍ବା ବାଇଟ୍ ମାଗିଳେ ଚିକିତ୍ସିତ ହେଉଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ । ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ ନକରିବାକୁ ପରାମର୍ଶ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ପରାମର୍ଶ ଦେଇଛନ୍ତି ।

କେବଳ ଓଡ଼ିଶାରେ ନୁହେଁ, ସାରା ବିଶ୍ୱରେ ଏବେ ହସ୍ପିଟାଲ କର୍ମଚାରୀ ମାନେ ମନପ୍ରାଣ ଦେଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ କାମରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଦେଖିବାକୁ ମିଳୁଛି ଗଣାମଧ୍ୟମର ପ୍ରତିନିଧିମାନେ ବାଇଟ୍ ନେବା ପାଇଁ ଆକ୍ରାନ୍ତଙ୍କ ପରିବାର ପାଖରେ ପହଞ୍ଚି ଯାଉଛନ୍ତି । କରୋନା ଭାଇରସ୍ ଗଣାମଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର କୋଟା ପ୍ରଦାନ କରୁନି । ଏପରି କିରବା ଦ୍ୱାରା ନିଜେ ବିପଦ ଆଡ଼କୁ ଟାଣି ହୋଇଯିବା ସହ ନିଜ ପରିବାର ଲୋକଙ୍କୁ ବିପଦକୁ ଆସୁଛନ୍ତି । ନିଜ କଥା ଭବନ୍ତୁ । ପରିବାର କଥା ଚିନ୍ତା କରନ୍ତୁ । ଚିକିତ୍ସା ବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ପଡ଼ିବ । ଦାୟିତ୍ୱ ସମ୍ପନ୍ନ ହୋଇ ଖବର ପରିବେଷଣ କରିବାକୁ ପଡ଼ିବ ।

ଅନ୍ୟପଟେ ଦେଖିବାକୁ ମିଳିଛି କିଛି ଡିଜିଟାଲ୍ ମିଡ଼ିଆରେ ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି । ତେବେ ଏପରି ସମୟରେ ଦାୟିତ୍ୱସମ୍ପର୍ଣ୍ଣ ହୋଇ ଆପାତକାଳୀନ ପରସ୍ଥିିତିର ମୁକାବିଲା କରିବା ଉଚିତ । ଏପରି ନକଲେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ସମ୍ବନ୍ଧିତ ଖବର