କଟକରେ ନକଲି ଔଷଧ କାରବାର ମାମଲା: ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି

କଟକ: କଟକରେ ନକଲି ଔଷଧ କାରବାର ମାମଲାରେ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ସେ କହିଛନ୍ତି, ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ।୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁରୀଘାଟ ଥାନା ପୁଲିସ। ଅନ୍ୟପଟେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା କଟକ କମିସନରେଟ୍ ପୁଲିସ। ସେହିଭଳି ଭାବରେ ତଦନ୍ତ ବର୍ତ୍ତମାନ ଜାରି ରହିଛି। ଯଦି ଆଉ କାହାର ସଂପୃକ୍ତିର ସୂଚନା ମିଳେ ତେବେ ଗିରଫଦାରୀର ସଂଖ୍ୟା ବୃଦ୍ଧି ପାଇବା ।

ସମ୍ବନ୍ଧିତ ଖବର