କେନ୍ଦ୍ରାପଡ଼ାରେ ଏଥର ଫଳାଫଳ ଇତିହାସ ରଚିବ ଏବଂ ବିଜେପି ବିଜୟୀ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନବୀନ ୧୯ ବର୍ଷ ଧରି ଶାସନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି ତାହାର ହିସାବ ଦେଉ ନାହାଁନ୍ତି । ସେହିପରି ଆଗାମୀ ନିର୍ବାଚନ ଜିତିଲେ ଆଗାମୀ ୫ ବର୍ଷରେ କ’ଣ କରିବେ ସେସଂପର୍କରେ ବି କିଛି କହୁ ନାହାନ୍ତି।

ସରକାରୀ ଦଳ ମୋଦୀ ଓ ପରିବର୍ତ୍ତନ ଏହି ଦୁଇ ଶଦ୍ଦ ସହ୍ୟ କରିପାରୁନାହାନ୍ତି । ଏହି ଦୁଇ ଶବ୍ଦ ଶୁଣି ହିଂସ୍ର ହେବା ସହ ବିରକ୍ତ ହୋଇଯାଉଛନ୍ତି ମୋଦୀ ସରକାର । ସ୍ଥିର ଓ ସ୍ଥାୟୀ ସରକାର ଥିଲେ ମଧ୍ୟ ଶିଶୁ ମୃତ୍ୟୁ ହାର, ଗରିବୀରେ ଓଡ଼ିଶା ତଳଆଡ଼ୁ ଏକ କିମ୍ବା ଦୁଇ ନମ୍ବରରେ ପ୍ରତିଯୋଗିତା କରୁଛି । ଅପାରଗ ସରକାର କହିଲେ ବିରକ୍ତ ହେଉଛନ୍ତି ରାଜ୍ୟ ସରକାର । ଓଡ଼ିଆ ଲୋକଙ୍କୁ କେବଳ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ନିର୍ବାଚନ ପ୍ରଚାରର ସ୍ଲୋଗାନ୍ ‘ଓଡ଼ିଶାର ପରିଚୟ ନବୀନ’କୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି , ପାଦ ତଳୁ ମାଟି ଖସୁଥିବାରୁ ନବୀନ କହୁଛନ୍ତି ଯେ, ସେ ଓଡିଆଙ୍କ ପରିଚୟ ।

ଓଡ଼ିଶା ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ବୁଝିପାରୁନାହାନ୍ତି । ଦଳବଳ ଧରି ଗୁଣ୍ଡାରାଜ ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି ବିଜେଡି ସରକାର । ରାଜ୍ୟ ନିର୍ବାଚନ ଅଧିକାରୀ ସରକାରୀ ଦଳର ସାଧାରଣ ସଂପାଦକ ପରି କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିର୍ବାଚନରେ ସଫଳତା ମିଳିବା ନେଇ ଆଶାବାଦୀ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ କହିଛନ୍ତି ଅପରାଗ, ଷଡ଼ଯନ୍ତ୍ରକାରୀ , ମିଛୁଆ ଲୋକଙ୍କୁ ଜବାବ ମିଳିବ । ଓଡ଼ିଶା ରାଜନୀତିରେ ନୂଆ ଦିଗ ତଥା ନୂଆ ଅଧ୍ୟାୟ ସୃଷ୍ଟି କରିବ । ରାଜ୍ୟରେ ବିଜେପି ସରକାର ଗଢ଼ିବ ।

Business Line

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କେନ୍ଦ୍ରାପଡ଼ାରେ ବିଜେଡି ଗୁଣ୍ଡାରାଜ ଚଳାଇଛି, କେନ୍ଦ୍ରାପଡ଼ାବାସୀ ଏହାର ଜବାବ୍ ଦେବେ। ଜନତା ସ୍ଥାଣୁ, ଅପାରଗ ଓ ଦୁର୍ନିତିଗ୍ରସ୍ତ ନେତାଙ୍କୁ ଉଚିତ ଜବାବ ଦେବେ । । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଚଳିତ ହୋଇ କେନ୍ଦ୍ରାପଡ଼ାରେ ଦଳବଳ ନେଇ ଡେରା ପକାଇଛନ୍ତି ।ଏହାର ଫଳାଫଳ ଇତିହାସ ରଚିବ ଏବଂ ବିଜେପି ବିଜୟୀ ହେବ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର