ସମ୍ବଲପୁର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସିନ୍ଦୁର ଫରୁଆ ଭିତରେ ରହୁଛନ୍ତି। ଲୋକସେବା ଭବନ କିମ୍ବା ବିଧାନସଭା ଯାଉନାହାନ୍ତି, ଏପରିକି କେନ୍ଦ୍ରମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରେ ସାକ୍ଷାତ କରୁଛନ୍ତି। ହେଲେ ଦଳୀୟ ପ୍ରଚାର ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ସେହିପରି କୁଚିଣ୍ଡା ଗସ୍ତ ପୂର୍ବରୁ ବିଭିନ୍ନ ଅସଂପୂର୍ଣ୍ଣ ପ୍ରକଳ୍ପ କାହିଁକି ଶେଷ ହୋଇନାହିଁ ବୋଲି ସେ କହିବା ସହ ୨୨ଟି ପ୍ରଶ୍ନ ପଚାରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର।
ଅନ୍ୟପକ୍ଷରେ ମମିତା ମେହେର ପ୍ରସଙ୍ଗରେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ଘରକୁ ଗସ୍ତ କରିବା ଲାଗି ବିଧାୟକ ଜୟନାରାୟଣ ମିଶ୍ର ପରାମର୍ଶ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଉଠୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ବି ସେ ଦାବି କରିଛନ୍ତି।
ମମିତା ମେହେରଙ୍କ ଘରକୁ ଯାଇ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ବିଧାୟକ ଜୟନାରାୟଣ ମିଶ୍ର
/sambad/media/post_attachments/wp-content/uploads/2021/11/Jaynarayan-to-Naveen_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)