କଟକ: ସାର୍ଟିଫିକେଟ୍ ପାଇଁ ଆଉ ବେଶି ଦିନ କରିବାକୁ ପଡିବ ନାହିଁ ଅପେକ୍ଷା। ବୋର୍ଡ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ସଭାପତି ଶ୍ରୀକାନ୍ତ ତରାଇ। ସେ କହିଛନ୍ତି, ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ମୂଲ୍ୟାୟନ କେନ୍ଦ୍ରର ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିଛି। ମୂଲ୍ୟାୟନ କେନ୍ଦ୍ରର କାର୍ଯ୍ୟକୁ ୧୦ ସୁପରଭାଇଜିଂ ଟିମ୍ ଅନୁଧ୍ୟାନ କରୁଛି। ୧୫ ଦିନ ମଧ୍ୟରେ ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହେବା ନେଇ ଆଶା ରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Advertisment

ଅନଲାଇନରେ ପରୀକ୍ଷାଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ସାର୍ଟିଫିକେଟ୍ ମିଳିବ। ଅନଲଇନ୍ ମାଧ୍ୟମରେ ହିଁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ସାର୍ଟିଫିକେଟର ହାର୍ଡ କପି ପରୀକ୍ଷା ଫଳ ପ୍ରକାଶ ପାଇବାର ୧୫ ଦିନ ପରେ ଛାତ୍ରଛାତ୍ରୀ ନିଜ ସ୍କୁଲରୁ ପାଇ ପାରିବେ।