ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ହେଉଛି ଭଗବାନଙ୍କର ଏକ ଚମତ୍କାର ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ବୁଧବାର ସନ୍ଧ୍ୟାରେ ହଠାତ୍‌ ମିଳିବା ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ଵାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାବି ହଠାତ୍‌ ମିଳିଛି, ତଦନ୍ତ କମିଶନଙ୍କୁ ଦିଆଯିବ। ରେକର୍ଡ ରୁମରୁ ମଳିଥିବା ଚାବି ଏକ ମୁଦା ଲଫାଫା ଭିତରେ ସିଲ୍‌ ହୋଇ ରହିଛି, ଖୋଲିଲେ ଜଣାପଡିବ। ଚିଠି ପାଇବା ପରେ ତଦନ୍ତ କରାଯାଇଛି। ମୁଁ ଭୁଲ କରିନାହିଁ, ଭଗବାନଙ୍କ ଉପରେ ମୋର ଭରସା ଅଛି। ଲୁଚାଇବାରେ କିଛି ନାହିଁ, ଯାହା ସତ୍ୟ ପଦାକୁ ଆସିବ। ତଦନ୍ତ ସମୟରେ ମୋର ଯାହା କହିବା କଥା କହିବି। ବର୍ତ୍ତମାନ ଯାହା ମିଳିଛି, ତାହା ଜଣାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ଜିଲ୍ଲାପାଳ ଅଗ୍ରଓ୍ଵାଲ କହିଛନ୍ତି, ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ, ଏପ୍ରିଲ ୨ରେ ଶ୍ରୀମନ୍ଦିର ପ୍ରଶାସନ ଟ୍ରେଜେରିରୁ ଚାବି ଦେବାକୁ କହିଥିଲେ, ୩ରେ ଚିଠି ହୋଇଥିଲା, ଚାବି ନଥିବା ୪ ତାରିଖ ସକାଳେ ଉତ୍ତର ଦେଇଥିଲୁ।

ଗଠନ ହେଲା ଏକ୍ସପର୍ଟ କମିଟି

ଶ୍ରୀମନ୍ଦିରରେ ଦାନ ଏବଂ ଅନ୍ୟ ପରିଚାଳନା ପ୍ରସଙ୍ଗରେ ରାଜ୍ୟ ସରକାର ଏକ୍ସପର୍ଟ କମିଟି ଗଠନ କରିଛନ୍ତି। ଏହି କମିଟିରେ ୩ଜଣ ସଦସ୍ୟ ସୁରେଶ ମହାପାତ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହିମୋହନ ତ୍ରିପାଠୀଙ୍କୁ ରଖାଯାଇଛି। ଏକ୍ସପର୍ଟ କମିଟି ଦେଶର ସୁପ୍ରସିଦ୍ଧ ମନ୍ଦିର ପରିଚାଳନା ଅନୁଧ୍ୟାନ କରିବ। ପରେ ଶ୍ରୀମନ୍ଦିରରେ ଲାଗୁ ପାଇଁ ପରାମର୍ଶ ଦେବ। ଜୁନ ୩୦ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।