ସର୍ବଭାରତୀୟ ସ୍ତରରେ ଓଡ଼ିଶା କରୋନା ପରୀକ୍ଷଣରେ ବହୁ ଆଗରେ: ଶାଳିନୀ ପଣ୍ଡିତ

ଓଡ଼ିଶାରେ ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟାରେ ୬୬୬ ଟେଷ୍ଟିଂ, ଜାତୀୟ ସ୍ତରରେ ୪୫୨

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ-୧୯ ପରୀକ୍ଷା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ନମୁନା ଟେଷ୍ଟିଂକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ କରୋନା ମୁକାବିଲା ପାଇଁ ପ୍ରଭାବଶାଳୀ ଅସ୍ତ୍ର ହେଉଛି ଟେଷ୍ଟିଂ । କୋଭିଡ କେଉଁଠି ଓ କେଉଁ ସ୍ତରରେ ଅଛି ଏହା କେବଳ ଟେଷ୍ଟିଂରୁ ହିଁ ଜଣାପଡ଼ିବ । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହା କହିଛନ୍ତି । ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ଓଡ଼ିଶା ପରୀକ୍ଷଣରେ ବହୁ ଆଗାରେ ରହିଛି । ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟାରେ ଓଡ଼ିଶାରେ ୬୬୬ଟି ନମୁନା ପରୀକ୍ଷା ହୋଇପାରିଥିବା ବେଳେ ଜାତୀୟ ସ୍ତରରେ ଏହି ସଂଖ୍ୟା ହେଉଛି ୪୫୨ ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଓଡ଼ିଶରେ ଫେବ୍ରୁଆରିରେ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଆରମ୍ଭରୁ ପ୍ରଥମ ସପ୍ତାହରେ ୧୫୦୦ ନମୁନା ପରୀକ୍ଷା ହେଉଥିବା ବେଳେ ଏହା ଏବେ ୧୫ ହଜାର ହୋଇପାରିଛି । ପ୍ରତି ଦିନ ୨ ହଜାର ୨୦୦ରୁ ୨ ହଜାର ୪୦୦ ଟେଷ୍ଟିଂ ହୋଇପାରିଛି । ଏବେ ରାଜ୍ୟରେ ୮ଟି ନମୁନା ପରୀକ୍ଷାଗାର ରହିଛି । ଭୁବନେଶ୍ୱରରେ ୪ଟି, କଟକ, ବ୍ରହ୍ୱପୁର, ବୁର୍ଲା ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅଛି । ଆଗାମୀ ଦିନରେ କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର ଓ ବାରିପଦାରେ ମଧ୍ୟ ଟେଷ୍ଟିଂ ହେବ ।

ସମ୍ବନ୍ଧିତ ଖବର