ଭୁବନେଶ୍ବର: ବାତ୍ୟା ‘ଜୱାଦ’କୁ ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟାର ପ୍ରଭାବରେ କମ୍ ପବନ ବହିବ, ମାତ୍ର ପ୍ରବଳ ବର୍ଷା ହେବ।

Advertisment

ସେ କହିଛନ୍ତି, ଆଇଏମଡି ସୂଚନା ଅନୁସାରେ ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁରଠାରୁ ୩୨୦ କିମି, ପୁରୀରୁ ୩୯୦ କିମି ଓ ପାରାଦୀପଠାରୁ ୪୭୦ କିମି ଦୂରରେ ବାତ୍ୟାର ଅବସ୍ଥିତି ଅଛି। ଘଣ୍ଟାକୁ ୬ କିମି ବେଗରେ ବାତ୍ୟା ଗତି କରୁଛି। ମଧ୍ୟରାତ୍ରରୁ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ। ତୀବ୍ରତା ହ୍ରାସ ପାଉଛି। ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ। ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିମି ପବନ ରହିବ। ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ। ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଯିବ। ରିକର୍ଭ କରି ବେଗ କମିବ।

ଗଞ୍ଜାମ, ପୁରୀ, ଜଗତସିଂହପୁରଓ ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା। ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ। ଭିତ୍ତିଭୂମି କ୍ଷତି ହେବାର ସମ୍ଭାବନା କମ୍। ଫସଲ ନଷ୍ଟ ହେବ। ଧାନ ପବନରେ ଶୋଇଯିବ। ଚାଷ ଅଧିକ କ୍ଷତି ହେବ। ପନିପରିବା କ୍ଷତି ହେବ।

publive-image

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିସାରିଥିବ। ରାତି ସୁଦ୍ଧା ପ୍ରଭାବ କମିଯିବ। ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ। ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଵାଭାବିକଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ। ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି।  ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି। ଗଛ ଭାଙ୍ଗିବା ସମ୍ଭାବନା ଅଛି। ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ।  ଘର ପାଖ କୋଠା ଘରରେ ରୁହନ୍ତୁ। ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ଭିତରେ ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି।