ଭୁବନେଶ୍ୱର: ଆଗାମୀ ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପୌର ନିର୍ବାଚନର ଭୋଟ ଗ୍ରହଣ ଲାଗି ପ୍ରସ୍ତୁତି ସରିଛି। ଏଥର ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିବ। ଭୋଟ ଗ୍ରହଣ ପାଇଁ ରାଜ୍ୟର ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ। ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ କର୍ମଚାରୀଙ୍କୁ ନିଜ ନିଜ ବୁଥରେ ପହଞ୍ଚିବାକୁ କୁହାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇ ଗଣତି ସରିବା ଯାଏ କାମ ଜାରି ରହିବ।
ନିର୍ବାଚନର ସୁପରିଚାଳନା ପାଇଁ ଭୁବନେଶ୍ବର ମହାନଗର ନିଗମରେ ୩୦ ପ୍ଲାଟୁନ୍ ପୁଲିସ ମୁତୟନ ରହିବେ। ଠିକ୍ ସେହିପରି କଟକ ମହାନଗର ନିଗମରେ ୨୦ ପ୍ଲାଟୁନ୍ ଓ ବ୍ରହ୍ମପୁର ମହାନଗର ନିଗମରେ ୧୦ ପ୍ଲାଟୁନ୍ ପୁଲିସ ମୁତୟନ ରହିବେ। ୩୦୦ଟି ମୋବାଇଲ ପାର୍ଟିଙ୍କୁ ବି ନିୟୋଜିତ କରାଯିବ। ଏଣେ ୨୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିସନର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Voting-From-Morning-8-to-Evening-5_Thumbnail.jpg)