ମାଲକାନଗିରି: ନକ୍ସଲଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି। ଏହି କ୍ରମରେ ଛତିଶଗଡ ଏବଂ ତେଲେଙ୍ଗାନା ସୀମାରେ ଗତ ୧୫ ଦିନ ହେଲା ଅପରେସନ ଜାରି ରହିଛି। ଯବାନ କେରଗୁଟ୍ଟା ଜଙ୍ଗଲକୁ ଘେରି କୁମ୍ବିଂ ଜୋରଦାର କରୁଛନ୍ତି।
ନକ୍ସଲଙ୍କୁ ମୂଳପୋଛ ପରେ ହିଁ ଯବାନ ଜଙ୍ଗଲରୁ ଫେରିବେ ବୋଲି କୁହାଯାଇଛି। ଏହି ଅପରେସନକୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଏବଂ ପୁଲିସର ଉଚ୍ଚ ପଦାଧିକାରୀ ନଜର ରଖିଆସୁଛନ୍ତି। ଜଙ୍ଗଲରେ ନକ୍ସଲ ପାଦ ପାଦକେ ପ୍ରେସର ବୋମା ଖଞ୍ଜିଥିବା ବେଳେ ସୋମବାର ସକାଳେ କାରେଗୁଟ୍ଟା ଜଙ୍ଗଲରେ ଦୁଇ ଏସଟିଏଫ ଯବାନ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ଜଙ୍ଗଲ ଉପରେ ବୁଲୁଥିବା ହେଲିକେପ୍ଟର ସାହାଯ୍ୟରେ ଦୁଇ ଯବାନଙ୍କୁ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଦୁଇ ଆହତ ଯବାନ ହେଲେ ଥାନ ସିଂ ଏବଂ ଅମିତ ପାଣ୍ଡେ। ଚିକିତ୍ସିତ ହେଉଥିବା ଦୁଇ ଯବାନ ବିପଦ ମୁକ୍ତ ବୋଲି ଡାକ୍ତର କହିଛନ୍ତି।
ଅଧିକ ପଢ଼ନ୍ତୁ: ଖାଦ୍ୟ ଅନ୍ବେଷଣରେ ସହରରେ ପଶିଲା ଅଜଗର
ଦୁଇ ଯବାନଙ୍କର ଗୋଡରେ ଗଭୀର କ୍ଷତ ହୋଇଛି। ନକ୍ସଲଙ୍କର ସବୁଠାରେ ସୁରକ୍ଷିତ ସ୍ଥାନକୁ ଏବେ ଯବାନ ଘେରି ରହିଥିବା ବେଳେ ନକ୍ସଲ ଆଉ ଜଙ୍ଗଲରୁ ଖସିଯିବାର କୌଣସି ବାଟ ପାଉନାହାନ୍ତି। ଆତ୍ମସମର୍ପଣ ଗୋଟିଏ ହିଁ ବାଟ ରହିଛି। ନଚେତ୍ ମୃତ୍ୟୁ ସୁନିଶ୍ଚିତ ବୋଲି ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି କି ଭାରତ ? ୭ରେ ହେବ ବେସାମରିକ ପ୍ରତିରକ୍ଷା ମକ୍ ଡ୍ରିଲ୍
Malkangiri | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/05/AMDX3YnEHNn6E23kg7UC.jpeg)