ଭୁବନେଶ୍ୱର: ସଂପ୍ରତି କରୋନା ଭାଇରସ୍କୁ କେନ୍ଦ୍ର କରି ସମଗ୍ର ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆହୁରି ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏବଂ ଏ ସଂପର୍କରେ ରାଜ୍ୟ ସରକାରଙ୍କର କାର୍ମିକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଆଡଭାଇଜରି ପ୍ରକାଶ କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନୂତନ ସତର୍କତା ମୂଳକ ପଦକ୍ଷେପ ଅନୁଯାୟୀ ଏଣିକି ସବୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଥର୍ମାଲ ସ୍କାନିଂ ଲାଗିବା ସହ ସାଇଟାନିଟାଇଜର ମଧ୍ୟ ଉପଲବ୍ଧ ହେବ। କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କର ଥର୍ମାଲ ସ୍କାନିଂ କରାଯିବ ଥର୍ମାଲ ସ୍କାନିଂରେ ଉତ୍ତୀର୍ଣ୍ଣ ହେବାପରେ ହିଁ କର୍ମଚାରୀ ତାଙ୍କ ହାତ ସାନିଟାଇଜରରେ ଧୋଇ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବେ।
/sambad/media/post_attachments/wp-content/uploads/2020/03/A3-2.jpg)
ଥଣ୍ଡା, କାଶ, ସର୍ଦ୍ଦିି ବା ଛିଙ୍କରେ ପୀଡ଼ିତ ଥିବା କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସେମାନେ ସିଧା ହସ୍ପିଟାଲକୁ ଯାଇ ଚିକିତ୍ସିତ ହେବେ। କର୍ମଚାରୀମାନେ ଅନାବଶ୍ୟକ ଗସ୍ତକୁ ବାତିଲ କରିବେ। ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ କର୍ମଚାରୀମାନେ ମିଟିଂ କରିପାରିବେ ନାହିଁ। ସେପରି ଜରୁରୀ ମିଟିଂର ଆବଶ୍ୟକତା ରହିଥିଲେ ସେମାନେ ଭିଡିଓ କନ୍ଫରେନସିଂ ଜରିଆରେ ମିଟିଂ କରିବେ। କୌଣସି ପ୍ରକାରର କାଗଜ ସମ୍ବଳିତ ଚିଠି ବା ଫାଇଲକୁ ସିଧାସଳଖ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ପଠାଇ ପାରିବେ ନାହିଁ। ଏ କ୍ଷେତ୍ରରେ ଇ-ମେଲ୍ର ବ୍ୟବହାର କରିବେ।
/sambad/media/post_attachments/wp-content/uploads/2020/03/A2-3.jpg)
କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ପ୍ରକାରର ଡାକ ଓ ଚିଠିକୁ କାର୍ଯ୍ୟାଳୟର ଗେଟ୍ ନିକଟରେ ସଂଗ୍ରହ କରାଯିବ। ପ୍ରତ୍ୟେକ କାର୍ଯ୍ୟାଳୟରେ ସଫେଇ ଓ ଚଟାଣ ପୋଛା କାର୍ଯ୍ୟ ଦିନକୁ ଚାରିଥର କରାଯିବ। ସବୁ କାର୍ଯ୍ୟାଳୟମାନଙ୍କରେ ବ୍ୟାପକ ପରିମାଣର ସାନିଟାଇଜର ଉପଲବ୍ଧ କରାଯିବ। ଥଣ୍ଡା, କାଶ, ସର୍ଦ୍ଦିି ବା ଛିଙ୍କରେ ପୀଡ଼ିତ ଥିବା କର୍ମଚାରୀମାନଙ୍କୁ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଅବିଳମ୍ବେ ଛୁଟି ମଞ୍ଜୁର କରାଯିବ। କାର୍ଯ୍ୟାଳୟରେ କାର୍ଯ୍ୟରତ କୌଣସି କର୍ମଚାରୀ ଯଦି ସାମାନ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ସଙ୍ଗେ ସଙ୍ଗେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଘରକୁ ପଳାଇ ଯାଇ ପାରିବେ। ବିଶେଷ କରି ବୟସ୍କ ଓ ମହିଳା ଗର୍ଭବତୀ କର୍ମଚାରୀମାନେ ଏକୁଟିଆ ବସି କାମ କରିବେ। ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିବେ ନାହିଁ। ନିଜ ଶରୀର ଓ ସ୍ୱାସ୍ଥ୍ୟର ଯତ୍ନ ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Thermal-Canning-test-in-govt-ofc17_Thumb.jpg)