ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବ‌ନେଶ୍ବର:  ତୃତୀୟ ଲହର ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଶେଷ କରି ସାରିଛନ୍ତି। ତୃତୀୟ ଲହରକୁ ଦୃଷ୍ଟି ରଖି ୧୭.୦୬.୨୦୨୧ରେ ଏକ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜଗୁଡିକୁ ନିର୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।

ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଡିଏମଇଟିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଶିଶୁଙ୍କ ପାଇଁ ୧୬୧୦ ଜେନେରାଲ ବେଡ଼, ୬୧୦ ଆଇସିୟୁ ଏବଂ ଶିଶୁ ଭବନରେ ସ୍ୱତନ୍ତ୍ର କୋଭିଡ ବ୍ଲଗ ଖୋଲାଯାଇଛି। ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଂକ୍ରମଣ ବଢିଲେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରତି ସିଏଚସିରେ ଅତି କମରେ ୨ ରୁ ୪ ଟି ଶିଶୁମାନଙ୍କ ପାଇଁ ବେଡ ବ୍ୟବସ୍ଥା କରାଯାଇଛି। ଏହା ସହ ସମସ୍ତ ୭ଟି ମେଡିକାଲ କଲେଜରେ ୬୪ ଟି ଏନଆଇସିୟୁ ଏବଂ ୧୫୫ ଆଇସୋଲେସନ ବେଡ ପ୍ରସ୍ତୁତ କରାଯାଇଛି। ସବୁ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଧ୍ରରେ ଷ୍ଟାଫ ନର୍ସ ଏବଂ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହିତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କୁ ନିର୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, କେନ୍ଦ୍ର ସରକାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟକୁ ୮୬୧ କୋଟି ଟଙ୍କା ଦେଇଛନ୍ତି। ଆକ୍ସିଜେନ, ଶିଶୁମାନଙ୍କ ବିଭାଗ, ଆଇସିୟୁ, ପିଏଚସି ଏବଂ ଆରଟି – ପିସିଆରରେ ଖର୍ଚ୍ଚ କରିବାକୁ କହିଛନ୍ତି। ଏହି ଟଙ୍କାକୁ କେନ୍ଦ୍ର ସରକାର ଆମକୁ ୪୦/୬୦ ରେସିଓରେ ଯୋଗାଇ ଦେଇଛନ୍ତି।  ଶିଶୁମାନଙ୍କ ପାଇଁ ଆଇସିୟୁ ବେଡ଼ ବ୍ୟବସ୍ଥା ଅଧିକ କରାଯିବ। ମେଡ଼ିସିନ ଠୁ ନେଇ ପ୍ରତ୍ୟେକ ବ୍ୟବସ୍ଥା ମହଜୁଦ ରଖିବା ନିମନ୍ତେ ସବୁ ସିଡ଼ିଓଙ୍କୁ ନିର୍ଦେଶ ଦିଆଯାଇଛି। ତୃତୀୟ ଲହରକୁ ସମ୍ପୂର୍ଣ ଭାବେ ନିୟନ୍ତ୍ରଣ କରିବାକୁ ଆମେ ଆଶା ରଖିଛୁ।

 

ସମ୍ବନ୍ଧିତ ଖବର