କରୋନା ପ୍ରଭାବ : ଭଦ୍ରକରେ ଅଣ୍ଡା ଗୋଟା ଆଠ ଟଙ୍କା

ଭଦ୍ରକର ପାନ ମାର୍କେଟରେ କ‌ରୋନା କଟକଣାକୁ ଫୁ, ନେହେରୁ ଷ୍ଟାଡିୟମ ପରିବା ହାଟରେ ଅସମ୍ଭାଳ ଭିଡ

ଭଦ୍ରକ : ଭଦ୍ରକ ସହରରେ କରୋନା କଟକଣା ‌ଜୋରଦାର କରାଯାଇଥିବା ବେଳେ ଏହାର ସୁଯୋଗ ନେଇ ଏବେ କଳା ବେପାରୀମାନେ ସକ୍ରୀୟ ହୋଇଛନ୍ତି। ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି ଦେଉଥିବା ବେଳେ ପନି ପରିବାର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି କରୁଛନ୍ତି। ବିଶେଷକରି ଗାଁ ଗହଳିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲାଣି। ଆଜି ଭଦ୍ରକର ଧାମନଗର ବିରୁହାଁ ଛକ ନିକଟରେ କିଛି ଅଣ୍ଡା ଦୋକାନୀ ଅଣ୍ଡା ଗୋଟାକୁ ଆଠ ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ। ଅଣ୍ଡା ମୂଲ୍ୟ ୫ ଟଙ୍କା ଥିବା ବେଳେ ଦୋକାନୀ ୮ ଟଙ୍କାରେ ବିକୁଥିବାରୁ ଗୋଟିଏ ଅଣ୍ଡା ଉପରେ ପ୍ରାୟ ୩ ଟଙ୍କା ଲାଭ ରଖିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏଭଳି ଜାତୀୟ ବିପତ୍ତି ବେଳେ ଲୋକମାନଙ୍କୁ ସହଯୋଗ କରିବା ଜାଗାରେ ଲୋକମାନଙ୍କୁ ଶୋଷଣ କରିବା ଠିକ୍ ନୁହେଁ । ଯୋଗାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ କରାଯାଇ ଏଇସବୁ ମୁନାଫାଖୋର ଦୋକାନୀମାନଙ୍କ ଉପରେ ଚଢାଉ କରାଯିବାକୁ ସାଧାରଣ ଲୋକ ଦାବି କରିଛନ୍ତି।

ଭଦ୍ରକର ପାନ ମାର୍କେଟରେ କ‌ରୋନା କଟକଣାକୁ ଫୁ
ଭଦ୍ରକ : ଭଦ୍ରକର କରୋନା କଟକଣାକୁ ଭଦ୍ରକର ତହସିଲରୋଡ ନିକଟରେ ଥିବା ପାନ ମାର୍କେଟରେ ଫୁ କରି ଉଡାଇ ଦିଆଯାଇଛି। ଏଠି ଉଭୟ କ୍ରେତା ଓ ବିକ୍ରେତା କେହି କରୋନା କଟକଣାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ସମ ଦୂରତା ରକ୍ଷା କରିବା ଉପରେ ଏଠି ଆଦୌ ଗୁରୁତ୍ବ ଦିଆଯାଇ ନଥିଲା। ଯିଏ ଯାହାକୁ ଠେଲା ପେଲା କରି ପାନ ପତ୍ର କିଣି କିପରି ଘରକୁ ଯିବେ ସେଇ ଚିନ୍ତାରେ ଥିଲେ। ଏଠି କରୋନା ଭାଇରସ୍ ବ୍ୟାପୁ କି ଯାହା କିଛି ହୋଇଯାଉ। ଲୋକଙ୍କର ପାନ ପତ୍ର କିନ୍ତୁ କିଣିବାର ଅଛି। ଏଠି ଆମ ପୁଲିସ ବାବୁ କୁଆଡେ ଗଲେ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ପାନ ମାର୍କେଟ ଉପରେ କଟକଣା କଡା କଡି କରାଯାଉ ବୋଲି ସାଧରଣ ଲୋକ ଦାବି କରିଛନ୍ତି।

ନେହେରୁ ଷ୍ଟାଡିୟମ ପରିବା ହାଟରେ ଅସମ୍ଭାଳ ଭିଡ
ଭଦ୍ରକ : ଭଦ୍ରକର ନେହେରୁ ଷ୍ଟାଡିୟମ ପରିସରରେ ଖୋଲା ଯାଇଥିବା ପରିବା ହାଟରେ ଗତ ଦୁଇ ଦିନ ହେଲା ଅସମ୍ଭାଳ ଭିଡ। ଏଇ ଭିଡ ବାସ୍ତବରେ କରୋନା କଟକଣାକୁ ଉପହାସ କରିଛି। ଲୋକମାନଙ୍କର ଏତେ ପରିବା କିଣା ନିଶା ଯେ, କେହି କାହାକୁ ମାନୁ ନାହାନ୍ତି। ଆଗରୁ ପରିବା ମାର୍କେଟରେ ଏତେ ‌ ଭିଡ ନଥିଲା। ଲୋକେ ଭାବୁଛନ୍ତି ପରିବା ନନେଲେ ଆଉ ମିଳିବ ନାହିଁ। ତେଣୁ ଲୋକମାନେ ସକାଳ ହେଲା ବେଳକୁ ବଡ ବଡ ବ୍ୟାଗଧରି ପରିବା କିଣିବାକୁ ଆସି ‌ନେହେରୁ ଷ୍ଟାଡିୟମ ପରିସରରେ ଭିଡ କରିଛନ୍ତି। ଏଠାରେ ପୁଲିସ ଓ ପ୍ରଶାସନର ପ୍ରତିନିଧିମାନେ ରହି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ପରିବା କିଣିବା ନିଶାରେ ଆସିଥିବା ଲୋକମାନେ ସେମାନଙ୍କ କଥାକୁ ଆଦୌ ଶୁଣିବାକୁ ନାହାନ୍ତି। ମାଇକ୍ ରେ ପୁଲିସ ବାରଂବାର ପ୍ରଚାର କରୁଛି ସାମ ଦୂରତା ରକ୍ଷା କରି ପରିବା କିଣନ୍ତୂ, ଔଷଧ କିଣନ୍ତୁ, ଗ୍ରୋସରୀ କିଣନ୍ତୁ। କିନ୍ତୁ ଏଭଳି ଘୋଷଣାକୁ ମାନୁ ନାହାନ୍ତି ଭଦ୍ରକର ସାଧାରଣ ଲୋକ । ଲୋକମାନେ ଖାଇବା ଜିନିଷ କିଣିବା ପାଇଁ ଏତେ ବ୍ୟସ୍ତ ଯେ, କରୋନା ଭାଇରସର ଭୟାବହତାକୁ ଭୁଲି ଯାଉଛନ୍ତି। ପୁଲିସ ଓ ପ୍ରଶାସନ ଆମ ‌ସେବା ପାଇଁ ଅଛନ୍ତି। ସେମାନଙ୍କୁ ଏଥିରେ ସହଯୋଗ କରିବା ଆମ ସମସ୍ତଙ୍କର ବର୍ତ୍ତବ୍ୟ ହେବା ଉଚିତ।

ସମ୍ବନ୍ଧିତ ଖବର