ନଭେମ୍ବରରେ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର : ୭ମ ବେତନ କମିସନରେ ଥିବା ଦରମା ଅସଙ୍ଗତି ଦୂର କରିବା ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ଲଢ଼େଇ କରୁଥିବା ଶିକ୍ଷକ ସଙ୍ଗଠନଗୁଡ଼ିକ ମିଳିତ ଭାବେ ଆନ୍ଦୋଳନ କରିବେ। ଆସନ୍ତା ନଭେମ୍ବର ମାସରେ ଏହି ଆନ୍ଦୋଳନ ହେବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନାଭୁକ୍ତ) ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ରାଜେଶ ମହାନ୍ତି କହିଛନ୍ତି ଯେ ଷଷ୍ଠ ବେତନ କମିସନରେ ଥିବା ଦରମା ଅସଙ୍ଗତି ଦୂର ଲାଗି ଶିକ୍ଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଫିଟ୍‌ମେଣ୍ଟ କମିଟି ନିକଟରେ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ କମିଟି କୌଣସି ପ୍ରସ୍ତାବକୁ ବିଚାରକୁ ନେଇନାହାନ୍ତି। ଏହାକୁ ବିରୋଧ କରିବା ସହ ମୂଳ ପଦବି ମାଟ୍ରିକ୍‌ ଓ ସିଟିରୁ ଯୁକ୍ତ୨ ଓ ସିଟି ଘୋଷଣା, ୭ମ ବେତନ କମିସନ ପୂର୍ବରୁ ପେ’ ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କା ହିସାବରେ ପ୍ରଦାନ, ୬ ବର୍ଷର ଶିକ୍ଷା ସହାୟକ ଚାକିରୀ କାଳକୁ ସରକାରୀ ଚାକିରୀରେ ଗଣନା କରିବା ପରି ବିଭିନ୍ନ ଦାବିରେ ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର