ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଗୋଦାବରୀଶ ଭବନରେ ଅନୁଷ୍ଠିତ ବୈଠକରେ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଗତ ଦିନରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରି ଚାଲିଛନ୍ତି। ପୂର୍ବ ଆନ୍ଦୋଳନମାନଙ୍କରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯାଇ ଶିକ୍ଷକମାନଙ୍କୁ ଦାବିପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ନୂତନ ସରକାର ଆସିବାର ୭ ମାସ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ ଦାବି ନ ଶୁଣିବା ଦୁର୍ଭାଗ୍ୟଜନକ।
ଶିକ୍ଷକମାନଙ୍କ ପ୍ରମୁଖ ଦାବିଗୁଡ଼ିକ ହେଉଛି ମୂଳ ଦରମା ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ୩୫,୪୦୦ ଟଙ୍କା ଦରମା ପ୍ରଦାନ କରାଯାଉ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ କରି ୬ ବର୍ଷ ଚାକିରି ଗଣନା କରାଯାଉ। ସ୍ବାସ୍ଥ୍ୟବୀମା ପ୍ରଦାନ ଆଦି ଦାବି ମହାସଂଘ ପକ୍ଷରୁ କରାଯାଇଛି। ଏହି ବୈଠକରେ ଏଓପିଟିଏ ଶିକ୍ଷକ ସଂଘ, ଓଡ଼ିଶା ଏଲିମେଣ୍ଟାରି ଶିକ୍ଷକ ସଂଘ, ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ, ରାଜ୍ୟ ଏଲିମେଣ୍ଟାରି ଟିଜି ଶିକ୍ଷକ ସଂଘ, ଗୀତା ସଂଗଠନ ଓ ଏମଏଲଇ ଆସୋସିଏସନର ସୁଶାନ୍ତ ବେହେରା, ପଦ୍ମଲୋଚନ ନାୟକ, ସୁନୀଲ କୁମାର ପ୍ରଧାନ, ମଳୟ କୁମାର ଜେନା, ସରୋଜ କୁମାର ପଣ୍ଡା, କହ୍ନେଇ ଠାକୁର, ରୂପମା ଗୁରୁ, ବାଗୁନିସିଂ ଜାରିକା, ପ୍ରବୀଣ କୁମାର ଦାସ ଓ ଉତ୍ତମ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/all-odisha-primery-teachers-association-protest-at-p-m-g-3.jpg)