୨୮ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ନୂତନ ପେନ୍‌ସନ୍‌ ଯୋଜନା ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଏକ ଗୋଷ୍ଠୀ। ଗତ ୧୩ ତାରିଖରେ ଗଣଶିକ୍ଷା ବିଭାଗୀୟ କମିଟି ଓ ୧୭ ତାରିଖରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଦାବି ପୂରଣ ନେଇ ମିଳିଥିବା ପ୍ରତିଶ୍ରୁତି କାର୍ଯ୍ୟକରୀ କରାଯାଇ ନାହିଁ। ଆସନ୍ତା ୨୭ ତାରିଖରେ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ। ଏଥିରେ ଯଦି ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ୨୮ ତାରିଖରୁ ସଂଘ ପୁଣିଥରେ ବିଧାନସଭା ସମ୍ମୁଖରେ ଧାରଣା ଦେବ। ଡିସେମ୍ବର ପହିଲାରେ ବିଧାନସଭା ସମ୍ମୁଖରେ ମହା ସମାବେଶ ଅନୁଷ୍ଠିତ ହେବ।

ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସାମିଲ ହେବେ ବୋଲି ଉଭୟ ସଂଘ ପକ୍ଷରୁ କୁହାଯାଇଛି। ଖାରବେଳ ନଗରସ୍ଥିତ ସାମ୍ବାଦିକ ଭବନରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ପ୍ରାଥମିକ ଶିକ୍ଷକ ସଂଘ ଆବାହକ ବ୍ରହ୍ମାନନ୍ଦ ମହାରଣା, ଉପ-ଆବାହକ ଚକାନନ୍ଦ କମ୍ପ, କୃଷ୍ଣଚନ୍ଦ୍ର ବେହେରା, ଗୋପାଳ କିଶୋର ସେନ, ସବିର ଅଲ୍ଲି ଖାନ, ମାଳବିକା ଦାସ, ସୀତେଶ ପାଣିଗ୍ରାହୀ, ଯୁଧିଷ୍ଠିର ସାହୁ, ଜିତ୍‌ ରଞ୍ଜନ ମହାପାତ୍ର, ଉତ୍ତମ ଦାସ,  ସୁଶାନ୍ତ କୁମାର ବେହେରା, ପ୍ରଶାନ୍ତ କୁମାର ନାଥ, ପ୍ରବୀଣ କୁମାର ମହରଣା, ମଳୟ କୁମାର ଜେନା, ଅର୍ଜୁନ ସେଠୀ, ପ୍ରତାପ କେଶରୀ ଛୋଟରାୟ ପ୍ରମୁଖ ଯୋଗଦେଇ ଏହା କହିଛନ୍ତି।

ସମ୍ବନ୍ଧିତ ଖବର