୭ରେ ପ୍ରାଥମିକ ଶିକ୍ଷକ ସ˚ଘର ବିଧାନସଭା ଘେରାଉ

ଭୁବନେଶ୍ବର : କ୍ୟାଡର୍‌ ସ˚ଶୋଧନ କରି ଶିକ୍ଷକଙ୍କୁ ୨୮୦୦ ଟଙ୍କା ଗ୍ରେଡ୍‌ ପେ ପ୍ରଦାନ, ଠିକା କନିଷ୍ଠ ଶିକ୍ଷକମାନଙ୍କ ମୂଳ ଦରମାର ୨୫% ବୃଦ୍ଧି ଓ ବାର୍ଷିକ ୧୦% ବୃଦ୍ଧି, ପୂର୍ବ ପ୍ରଚଳିତ ପେନ୍‌ସନ ବ୍ୟବସ୍ଥା ଲାଗୁ, ଶିକ୍ଷା ସହାୟକ ବଦଳି ନୀତି ୨୦୧୩କୁ ବଳବତ୍ତର ରଖିବା ଆଦି ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଆସନ୍ତା ଫେବ୍ରୁଆରି ୭ ତାରିଖରେ ବିଧାନସଭା ଘେରାଉ କରିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ହଜାରରୁ ଊର୍ଧ୍ବ ଶିକ୍ଷକ ଏଥିରେ ଯୋଗଦେଇ ପ୍ରତିବାଦ କରିବେ। ଏହି ପ୍ରତିବାଦ ପ୍ରକ୍ରିୟା ୧ ତାରିଖରୁ ଆରମ୍ଭ ହେବ ବୋଲି ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି। ସଂଘ ପକ୍ଷରୁ ୧ ତାରିଖରେବିଇଓ ଅଫିସ୍‌ ଘେରାଉ, ୨ ତାରିଖରେ ଜିଲ୍ଲାପାଳ ଅଫିସ୍‌ ଘେରାଉ କରାଯିବା ପରେ ୭ ତାରିଖରେ ଲୋୟର ପିଏମ୍‌ଜି‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବାରମ୍ବାର ଦାବି ସତ୍ତ୍ବେ ସରକାର କୌଣସି ପଦକ୍ଷେପ ନେଉ ନଥବିାରୁ ସଂଘ ଏପରି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ବୋଲି ସଭାପତି ଶ୍ରୀ ମହାରଣା କହିଛନ୍ତି। ଆନ୍ଦୋଳନ ସମୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ, ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର