ଭୁବନେଶ୍ବର : ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ୍‌ କରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷା ସହାୟକଙ୍କୁ ୬ ଓ ୮ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌ ପୁନଃ ପ୍ରଚଳନ କରିବାକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଯଦି ଆସନ୍ତା ୫ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଯାଏ, ତେବେ ମାର୍ଚ୍ଚ ୧୫ରେ ବିଧାନସଭା ଘେରାଉ କରାଯିବ ବୋଲି ମହାସଂଘ ପକ୍ଷରୁ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।