ହାଇସ୍କୁଲରେ ପଢ଼ାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ପ୍ରାଥମିକ ଶିକ୍ଷକ। ବର୍ତ୍ତମାନ ସମୟରେ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଶିକ୍ଷକ ଅଭାବ ଯୋଗୁଁ ଅନେକ ବିଦ୍ୟାଳୟରେ ଠିକ୍‌ ଭ‌ାବେ କ୍ଲାସ ହୋଇପାରୁନାହିଁ। ତାହାକୁ ଦୃଷ୍ଟିରେ ରଖି କଳା ଓ ବିଜ୍ଞାନ ବିଭାଗରେ ସ୍ନାତକ ଡିଗ୍ରିଧାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ହାଇସ୍କୁଲରେ ନିୟୋଜିତ କରାଯିବ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା କ୍ଷେତ୍ରରେ ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରିବା ଲାଗି ମାଧ୍ୟମିକ ଶିକ୍ଷା ନିର୍ଦେଶକ ଗତ ୮ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଏହା ଉପରେ ଅନୁଧ୍ୟାନ କରିବା ପରେ ଆଜି ଅନୁମତି ପ୍ରଦାନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର