କଟକ: କଟକ ନିର୍ବାଚନୀ ସଭା ମଞ୍ଚରେ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି ତିନି ପ୍ରତିଭା ହେଲେ ବରିଷ୍ଠା ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ, ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ ଓ ଓଡ଼ିଶାରୁ ଅଯୋଧ୍ୟା ବାଇକ ଯାତ୍ରା କରିଥିବା ନିରୋଦ ବେହେରା।
ଏହି ଜନସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ କଟକ ବାରବାଟୀର ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ବିଜେଡିକୁ ୨୫ ବର୍ଷ ଦେଲେ ଆପଣ ଦେଖିଲେ, କଣ ହେଲା। ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି। ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି। ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି। କଂଗ୍ରେସ ସରକାର ସମୟରେ ପୁରୁଣା ଖଣି ଉତ୍ତୋଳନ ନୀତିରେ ମାତ୍ର ୫୦୦୦ କୋଟି ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ଏହା ୫୦ ହଜାର କୋଟିକୁ ବୃଦ୍ଧି ପାଇଛି। ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ମିଳିଛି। ଏଠାରେ ରାସ୍ତା,ବିଜୁଳି, ହସ୍ପିଟାଲ, ସ୍କୁଲରେ ଅବ୍ୟବସ୍ଥା ରହିଛି। ତେଣୁ ଦିଲ୍ଲୀରୁ ଆସିଥିବା ଟଙ୍କା କୁଆଡେ ଗଲା? ବିଜେଡି ନେତାମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି। ସେମାନେ କମିସନ୍ ନ ମିଳିବା ଯାଏ ପ୍ରକଳ୍ପ ଅଟକାଇ ରଖୁଛନ୍ତ। ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣଙ୍କ ଭୋଟ୍ ବିଜେଡିର ଭ୍ରଷ୍ଟ ସରକାରକୁ ହଟାଇବ। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍ଜା କରି ବସିଛନ୍ତି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ। ଏବେ ବିଜେପିକୁ ଦାୟିତ୍ବ ଦିଅନ୍ତୁ। ଆମକୁ ନିବେଶ ଦରକାର। ବିଜେପିର ତାକତ୍ ଅଛି। ଏ କାମ ବିଜେପି କରିପାରିବ। ବିଜେପି ହିଁ ଓଡ଼ିଶାକୁ ଶିଖରରେ ପହଞ୍ଚାଇପାରିବ। ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ବ ନେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/n-3.jpg)