ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପୂର୍ବରୁ ତିନି ଥର ଓଡ଼ିଶା ଗସ୍ତରେ ଆସିଥିବା ମୋଦୀ ଏଥର କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବାଲେଶ୍ବରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଜୁନ୍‌ ୧ରେ ଏହି ଦୁଇଟି ଲୋକସଭା ଆସନ ସମେତ ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଜଗତସିଂହପୁରରେ ନିର୍ବାଚନ ହେବ। ତେଣୁ ଏହି ୬ଟି ଲୋକସଭା ଆସନକୁ ନଜରରେ ରଖି ଏହାର କେନ୍ଦ୍ରସ୍ଥଳୀ ଥିବା ଦୁଇଟି ଯାକ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ।

Advertisment

‌ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି କରଞ୍ଜିଆ, ଧାମନଗର, ବଡ଼ଚଣା, ଏରସମାଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବେ। ବାଣପୁର ଓ ମାହାଙ୍ଗାର କୁଳିଆ ମାର୍କେଟଠାରେ ଜନସଭାକୁ ସମ୍ବୋଧିତ କରିବେ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଆସନ୍ତାକାଲି ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରୋଡ୍‌ ସୋ’ କରିବା ସହ ବଡ଼ବିଲ, ଚୌଦ୍ବାର, ବଡ଼ମ୍ବାରେ ଜନସଭାକୁ ସମ୍ବୋଧିତ କରିବେ। ଧର୍ମେନ୍ଦ୍ର ରେଙ୍ଗାଲିରେ ଏକ ଜନସଭାକୁ ସମ୍ବୋଧନ କରିବେ ବୋଲି ବି‌ଜେପି ପକ୍ଷରୁ କୁହାଯାଇଛି।