‘୮ ବର୍ଷର ସୁଶାସନ’ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୮ ବର୍ଷ ମଧ୍ୟରେ ଦେଶ ଶାସନରେ ହୋଇଥିବା ବିଭିନ୍ନ ଉପକ୍ରମ ଓ ସଂସ୍କାର ସମ୍ପର୍କରେ ନିଜ ଓ୍ୱେବସାଇଟ (ନରେନ୍ଦ୍ରମୋଦି.ଇନ୍‌) ଓ ମାଇଁଗଭରୁ ବିଭିନ୍ନ ନିବନ୍ଧ ଏବଂ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି। ଏ ସବୁ ନିବନ୍ଧ ଓ ଟ୍ୱିଟ ଶୃଙ୍ଖଳ ଆତ୍ମନିର୍ଭର ଭାରତର ବିଭିନ୍ନ ଦିଗ, ଶାସନର ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ, ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଓ ଦରିଦ୍ର ହିତୈଶୀ ଶାସନକୁ ପ୍ରୋତ୍ସାହନ ଦେବା ଉଦ୍ୟମ ସହ ସମ୍ବନ୍ଧିତ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳ (୮ ବର୍ଷର ସୁଶାସନ )ରେ କହିଛନ୍ତି, ‘‘୧୩୦ କୋଟି ଭାରତୀୟ ଭାରତକୁ ଆତ୍ମନିର୍ଭର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆତ୍ମନିର୍ଭରତା ସମ୍ପର୍କରେ ଆମର ପ୍ରୟାସ ବୈଶିକ ସମୃଦ୍ଧିରେ ଯୋଗଦାନ ଲକ୍ଷ୍ୟରେ ପ୍ରେରିତ।’ ‘ଆମ ସରକାର ପ୍ରତ୍ୟେକ ଭାରତୀୟଙ୍କ ଯତ୍ନ ନେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥାଏ । ଆମେ ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ।’ ‘ନମୋ ଆପରେ ଥିବା ଏହି ନିବନ୍ଧରେ ସ୍ୱଦେଶୀକରଣକୁ ଗୁରୁତ୍ୱ ଦେବା, ପ୍ରତିରକ୍ଷା କରିଡର ନିର୍ମାଣ, ପ୍ରତିରକ୍ଷା ରପ୍ତାନୀ ବୃଦ୍ଧି ଦେବା ସହ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଅନେକଗୁଡିଏ ସଂସ୍କାର ସମ୍ପର୍କରେ ବର୍ଣ୍ଣିତ ହୋଇଛି।’ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ର ଦ୍ୱାରା ପ୍ରେରିତ ହୋଇ ଆମ ସରକାର ଜନ ସମର୍ଥକ ଶାସନକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରୟାସ କରିଛି, ଯାହା ଗରିବ, ଯୁବ ପିଢ଼ି, କୃଷକ, ମହିଳା ଓ ବଞ୍ଚିତ ସମୁଦାୟଙ୍କ ସହାୟତା କରୁଛି’’ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର