ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମୀକ୍ଷାରେ ୨୪ଟି ବୃହତ୍‌ ପ୍ରକଳ୍ପ : ପ୍ରକଳ୍ପ ପାଇଁ କ୍ଷେତ୍ରସ୍ତରୀୟ ତଦାରଖ ନିର୍ଦେଶ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରକଳ୍ପ ପରିଚାଳନା କମିଟି ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରାୟ ୨୪ଟି ବୃହତ୍‌ ପୁଞ୍ଜିନିିବେଶ ପ୍ରକଳ୍ପଗୁଡିକର ସମୀକ୍ଷା ହୋଇଛି। ବିଶେଷ କରି ସଡ଼କ ଓ ରେଳପଥ ଭଳି ଭିତ୍ତିଭୂମି ପ୍ରକଳ୍ପ ନିିମନ୍ତେ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଆଦି କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ପ୍ରାୟତଃ ସମାଧାନ ହୋଇଥିବା ଏହି ସମୀକ୍ଷାରୁ ଜଣାଯାଇଛି। ଫଳରେ ପ୍ରକଳ୍ପଗୁଡ଼ିକର ନିିର୍ମାଣ କାର୍ଯ୍ୟରେ ଅଗ୍ରଗତି ମଧ୍ୟ ହୋଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯୁଗ୍ମ ସଚିବ ସୋମଦତ୍ତ ଶର୍ମା ଯୋଗ ଦେଇଥିଲେ। ଏସବୁ ପ୍ରକଳ୍ପର ଅଗ୍ରଗତି ପାଇଁ କ୍ଷେତ୍ରସ୍ତରୀୟ ତଦାରଖ ପାଇ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିରେ ରାଜ୍ୟ ପ୍ରକଳ୍ପ ପରିଚାଳନା ସେଲ୍‌ର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ପ୍ରକଳ୍ପ ବାବଦରେ କାର୍ଯ୍ୟାନ୍ଵୟନ ସଂସ୍ଥାମାନେ ଆଗତ କରିଥିବା ସମସ୍ୟାଗୁଡିକ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ବୈଠକରେ ମୁଖ୍ୟତଃ ଅଧିଗୃହୀତ ଜମିର ହସ୍ତାନ୍ତର, ପୁନଃ ଥଇଥାନ ସ୍ଥାନର ବିକାଶ ଏବଂ କଲୋନୀ ନିିର୍ମାଣ, ଜଙ୍ଗଲ ଅନୁମତି, ପରିବେଶ ଅନୁମତି, କ୍ଷତିପୂରଣ ଅର୍ଥ ଆବଣ୍ଟନ, କ୍ଷତିପୂରକ ବନୀକରଣ, ଜବରଦଖଲ ଉଚ୍ଛେଦ ଆଦି ବିଷୟରେ ରହିଥିବା ସମସ୍ୟା ଆଲୋଚନା ହେବା ସହିତ ସେଗୁଡିକର ଆଶୁ ସମାଧାନ କରାଯାଇଥିଲା। ରେଳପଥ ପ୍ରକଳ୍ପ ମଧ୍ୟରେ ପ୍ରାୟ ୩୫୫୦ କୋଟି ଟଙ୍କାର ଖୋର୍ଧା-ବଲାଙ୍ଗୀର ରେଳପଥ, ପ୍ରାୟ ୧୧୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ସମ୍ବଲପୁର-ବାମ୍‌ଡ଼ା(୮୫ କି.ମି) ରେଳ ଲାଇନ୍‌୍‌ର ଦୋହରୀକରଣ, ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳର ହରିଦାସପୁର-ପାରାଦୀପ ରେଳପଥ(୮୦ କି.ମି), ୮୧୧ କୋଟି ଟଙ୍କା ଅଟକଳରେ ନିିର୍ମାଣ କରାଯାଉଥିବା ତାଳଚେର-ବିମଳାଗଡ ରେଳପଥ (୧୫୪ କି.ମି), ୬୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିିର୍ମାଣାଧୀନ ଅନୁଗୁଳ-ସୁକିନ୍ଦା (୯୮.୭ କି.ମି) ରେଳପଥ, ୨୫୦୦ କୋଟି ଟଙ୍କାର କୋଟ୍ଟଭାଲସା-କୋରାପୁଟ ରେଳପଥ ପ୍ରଭୃତି ଅନ୍ତର୍ଭୁକ୍ତ।

ସେହିପରି ସଡ଼କ ପ୍ରକଳ୍ପ ମଧ୍ୟରେ ଜାତୀୟ ରାଜପଥ-୫ର ଚଣ୍ଡୀଖୋଲ-ଜଗତ୍‌ପୁର-ଭୁବନେଶ୍ୱର ସେକ୍‌ସନ୍‌୍‌(୬୭ କି.ମି.)ର ୬ଷ୍ଠ ପ୍ରଶସ୍ତୀକରଣ, ଚଣ୍ଡୀଖୋଲ-ଡୁବୁରି-ତାଳଚେର ସେକ୍‌ସନ୍‌୍‌ର ପ୍ରଶସ୍ତୀକରଣ, ବୀରମିିତ୍ରପୁର-ବାର୍‌କୋଟ, ରାଜପଥ ପ୍ରଶସ୍ତୀକରଣ, କଟକ-ଅନୁଗୁଳ ଟୋଲ୍‌ ରୋଡ୍‌ ପ୍ରକଳ୍ପ ଆଦି ରହିଛି। ସେହିପରି ମହାନଦୀ କୋଇଲା କ୍ଷେତ୍ରର ଭୁବନେଶ୍ୱରୀ ଓପନ୍‌୍‌ କାଷ୍ଟ୍‌ ପ୍ରକଳ୍ପ, ବଳରାମ ଓ. ସି.ପି, ସିଆରମାଳ ଓ ସି.ପି. କଣିହା ଓ. ସି.ପି. ଆଦିର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହୋଇଥିଲା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ କୁମାର ମେହେର୍ଦା ଜଣାଇଥିଲେ।

ସମ୍ବନ୍ଧିତ ଖବର