ସମ୍ବଲପୁର: ମହାନଦୀ ପ୍ରସଙ୍ଗରେ କଟକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଛ କହିଛନ୍ତି। ସମ୍ବଲପୁର ପ୍ରେସ୍ କ୍ଲବରେ ଆୟୋଜିତ ‘ମିଟ୍ ଦ ପ୍ରେସ’ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଆରମ୍ଭରୁ ଓଡ଼ିଶା ସରକାର ଦାବି କରି ଆସୁଥିଲେ। ମାତ୍ର କେନ୍ଦ୍ର ସରକାର ଏହା ଚାହୁଁନଥିବାରୁ ପ୍ରକ୍ରିୟା ବିଳମ୍ବିତ ହେଲା। ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ ପରେ ଟ୍ରିବ୍ୟୁନାଲ ଗଠନ ହୋଇପାରିଛି। ଟର୍ମ ଅଫ ରେଫରେନ୍ସ ଡେରିରେ ଜାରି ହେବାରୁ ଏହାର କାର୍ଯ୍ୟ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସେ ଦୃଷ୍ଟିରୁ ଏହାର ରାୟ କେବେ ପ୍ରକାଶିତ ହେବ ସେ ନେଇ ଅନିଶ୍ଚିତତା ରହିଛି। ଅନ୍ୟଦିଗରେ କଟକ ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ, ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ଚାହୁଁଥିଲା, ଓଡ଼ିଶା ସରକାର ଏ ନେଇ ଆଗ୍ରହ ପ୍ରକାଶ କରୁନଥିଲେ। ଏହା ତାଙ୍କ ମିଥ୍ୟାକୁ ପଦାରେ ପକାଇଛି। ବର୍ତ୍ତମାନ ମଧ୍ୟ ସମୟ ଅଛି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ। ଉଭୟ ଛତିଶଗଡ଼ ଏବଂ କେନ୍ଦ୍ରରେ ବିଜେପି ସରକାର ରହିଛି। ତେଣୁ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କ ଉପରେ ନୈତିକ ଚାପ ପକାଇ ପାରିବେ ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ ସମ୍ପାଦକ ଭବାନୀ ଭୋଇ ଧନ୍ୟବାଦ ଦେଇଥିଲେ।
ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହିଛନ୍ତି: ପ୍ରସନ୍ନ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2018/05/Prasanna-Acharya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)