ରାଉରକେଲା: କରୋନା ଲଢ଼େଇରେ ସାମିଲ ହୋଇଛନ୍ତି ରାଜ୍ୟର ଏକମାତ୍ର କିନ୍ନର ପ୍ରିନ୍ସ। କେତେବେଳେ କୋଭିଡ କେୟାର ସେଣ୍ଟର (ସିସିସି)ରେ ରୋଗୀଙ୍କ ସେବା କରୁଛନ୍ତି ତ ପୁଣି କେତେବେଳେ ଟିକାକରଣ କେନ୍ଦ୍ରର ଦାୟିତ୍ବ ତୁଲାଉଛନ୍ତି। ଏଭଳି ସଙ୍କଟ ସମୟରେ ନିଜର ଉତ୍ସର୍ଗୀକୃତ ସେବା ପାଇଁ ସେ ହୋଇ ପାରିଛନ୍ତି ସମସ୍ତଙ୍କର ପ୍ରିୟଭାଜନ। ଗତ ଏକ ବର୍ଷ କୋଭିଡ୍ ପରିଚାଳନା ଦାୟିତ୍ବ ନିଷ୍ଠାର ସହ ତୁଲାଉଛନ୍ତି। ଏବେ ପାନପୋଷ ମଣ୍ଡଳ ଡାକ୍ତରଖାନା ଟିକାକରଣ କେନ୍ଦ୍ରର ତାଙ୍କୁ ମିଳିଛି ଡାଟା ଏଣ୍ଟ୍ରି ଅପରେଟର କାମ।
ସକାଳୁ ୮ଟାରୁ ସଂଧ୍ୟା ପର୍ଯ୍ୟନ୍ତ ନିଜ କାମ ଠିକ୍ ଭାବେ କରୁଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ରରେ କାମ କରୁଥିବା ଅନ୍ୟ କର୍ମଚାରୀଙ୍କ ତାଙ୍କୁ ସମ୍ପୂର୍ଣ୍ଣ ସହଯୋାଗ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ କାମ ଦିଆଯାଇଛି, ତାକୁ ଠିକ୍ ଭାବେ କରନ୍ତି ବୋଲି କହନ୍ତି ଫ୍ରିନ୍ସ। ରାଉରକେଲା ଆନନ୍ଦଭବନ ଲେନ୍ ଉମେର କଲୋନିର ପ୍ରିନ୍ସଙ୍କ ଘର। କୋଭିଡ ପରିଚାଳନା କୋଭିଡ କେୟାର ସେଣ୍ଟରରେ କିଛି କମ୍ପୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କ ଆବଶ୍ୟକତା ପଡିଥିଲା। ସେତେବେଳେ ସୁନ୍ଦରଗଡ କିନ୍ନର ସଂଘର ସଭାନେତ୍ରୀ ଜୟା ତ୍ରିପାଠୀ ଦକ୍ଷତା ଅନୁଯାୟୀ କିଛି କିନ୍ନରଙ୍କୁ ସୁଯୋଗ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ଅନୁରୋଧ କରିଥିଲେ। ଜୟାଙ୍କ ଅନୁରୋଧ ରକ୍ଷା କରି ଏଡିଏମ୍ ଶ୍ରୀମତୀ ନରୱଣେ ପ୍ରିନ୍ସଙ୍କ ସମେତ କିଛି କିନ୍ନରଙ୍କୁ କୋଭିଡ୍ କେୟାର ସେଣ୍ଟରରେ ନିଯୁକ୍ତି ଦେଇଥିଲେ। କିଛି ଦିନ କାମ କରିବା ପରେ ଅନ୍ୟ କିନ୍ନରମାନେ କାମ ଛାଡି ଦେଇଥିଲେ ହେଁ ପ୍ରିନ୍ସ ନିଜର କାମ ଜାରି ରଖିଛନ୍ତି।
ସେ ଏବେ ଆଗଧାଡିର ଜଣେ ଯୋଦ୍ଧା ଭୋଙବ ପାନପୋଷ ହସ୍ପିଟାଲ ଟିକାକରଣ କେନ୍ଦ୍ରର ଦାୟିତ୍ବ ତୁଲାଉଛନ୍ତି। ପ୍ରିନ୍ସ କହିଛନ୍ତି, ଜିଲ୍ଲା ପ୍ରଶାସନ ତାଙ୍କୁ ନିଯୁକ୍ତି ଦେଇଥିବାରୁ ସେ ଏଡିଏମ୍ଙ୍କ ନିକଟରେ ଋଣୀ। ସଙ୍କଟ ସମୟରେ ମୋତେ ଏଭଳି କାମ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ସଂକ୍ରମଣ ଭୟ ଥିଲେ ହେଁ ଏଭଳି କଠିନ ସମୟରେ ଲୋକଙ୍କ ସେବା ମୋତେ ବେଶ୍ ଆତ୍ମତୃପ୍ତି ଦେଉଛି ବୋଲି କହିଛନ୍ତି ସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/gj54d56g4j65d4g56j4dg56j4d56gjdggggggggg.jpg)