ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ

ଜୟପୁର: ଜୟପୁର ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟରୁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ହେବାର ୮ଦିନ ପରେ ଭାରପ୍ରାପ୍ତ ରେଜିଷ୍ଟ୍ରାର ନିଯୁକ୍ତି ଦେଇଛି ରାଜ୍ୟ‌ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ। ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଭାରପ୍ରାପ୍ତ ରେଜିଷ୍ଟ୍ରାର ଦାୟିତ୍ଵ ତୁଲାଇବେ ଅଧ୍ୟକ୍ଷ ଡ.ଗୋପାଳ ହାଲଦାର‌। ଏତଦ୍‌ ବ୍ୟତୀତ ସମସ୍ତ ଟିଚିଂ ଏବଂ ‌ନନ୍ ଟି ଚିଂ କର୍ମଚାରୀ ବି ବିଶ୍ଵ ବିଦ୍ୟାଳୟ ଅଧିନରେ କାମ କରିଵେ। ଗତ ଫେବ୍ରୁଆରି ୨ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ବିଶ୍ବବିଦ୍ୟାଳୟ ହେବ ବୋଲି ଘୋଷଣା କରିଥିଲେ। ଏହା ପରେ ଚିଠି ଓ ବିଜ୍ଞପ୍ତି ଉଚ୍ଚଶିକ୍ଷା ବିଭାଗ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କରିଥିଲେ ହେଁ ଯେଉଁ ସବୁ ମୂଳ ୪ ବୈଧାନିକ ଅଧିକାରୀ ପଦବିର ଆବଶ୍ୟକତା ସେ ସବୁର ନିଯୁକ୍ତି ହୋଇନାହିଁ। ସାମୟିକ ପରିଚାଳନା ପାଇଁ କଲେଜର‌ ଅଧ୍ୟକ୍ଷ ଙ୍କୁ ନିଯୁକ୍ତି ଦିଆଯାଏ । ଗତ ୩୧ତାରିଖ‌ପର ଠାରୁ କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର‌ ୩୧ ସଂଧ୍ୟା ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ କାମ କରିବା ସହ ୧ତାରିଖ ଠାରୁ ସେ ଏହି ଦାୟିତ୍ବରେ ରହିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଥିଲେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଉଚ୍ଚଶିକ୍ଷା ବିଭାଗ ସଚିବ ପ୍ରଥମେ କଲେଜର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, କର୍ମଚାରୀ ବିଶ୍ବବିଦ୍ୟାଳୟ ଅଧିନରେ ହିଁ କାମ କରିବେ ବୋଲି ପ୍ରଥମ ବିଜ୍ଞପ୍ତି ପ୍ରକାଶ କରିଥିଲେ। ନୂଆ ବିଶ୍ବବିଦ୍ୟାଳୟକୁ ଆରମ୍ଭ କରିବା ପାଇଁ ଚାରି ବୈଧାନିକ ଅଧିକାରୀ କୁଳପତି, ରେଜିଷ୍ଟ୍ରାର, ଫାଇନାନ୍ସ (ଅର୍ଥ ନିୟନ୍ତ୍ରଣ ଅଧିକାରୀ) ‌କମ୍ପ୍ରୋଟଲର ଓ ଏକଜାମିସନ୍ କମ୍ପ୍ରୋଟଲର (ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ) ନିଯୁକ୍ତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ନିର୍ଦ୍ଦେଶ ‌ଦେବା ସହ ବିଜ୍ଞପ୍ତି ପ୍ରକାଶ କରିବା ସହ ଅର୍ଥ ବିଭାଗବି ଏହାର ଅନ‌େୁମାଦନ କରିଥିଲେ।
ଏ ପର୍ଯ୍ୟନ୍ତ ଏହି ୪ ବୈଧାନିକ ଅଧିକାରୀ ପଦବିରେ ରାଜ୍ୟସରକାର କାହାରିକୁ ନିଯୁକ୍ତି ଦେଇ ନଥିଲେ ହେଁ ଓଏସଡି (ଅଫିସର ଅନ୍ ସ୍ପେଶିଆଲ୍ ଡ୍ୟୁଟି) ଭାବେ ଅନ୍ତଃତ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା କଥା ତାହା ବି ହୋଇ ପାରିନି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ୪୦ରୁ ଊର୍ଦ୍ଧ୍ବ ଡିଗ୍ରୀ କଲେଜର ସ୍ବୀକୃତିକୁ ଜୁନରୁ ରଦ୍ଧ କରିବା ସହ ନୂଆ ବିଶ୍ବବିଦ୍ୟାଳୟରେ ଆବେଦନ କରିବାକୁ ନିର୍ଦେଶ ଦେଇ ଚିଠି ବି କରିସାରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଳୁଥିବା ହାୟରସେକଣ୍ଡରୀ ସ୍କୁଲକୁ ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ବି ବିଜ୍ଞପ୍ତି କରିଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଏଭଳି କିଛି ସୂଚନା କିମ୍ବା ଚିଠି ପାଇ ନଥିବା କହିଥିଲେ। ଏହାରି ମଧ୍ୟରେ ସ୍ବୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର, ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ଏସବୁର ମାର୍କ ସିଟ୍‌ ଛାତ୍ରଛାତ୍ରୀଙ୍କୁ କିଏ ଦେବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ରାଜ୍ୟସରକାର ୮ ଦିନ ପରେ ଭାରପ୍ରାପ୍ତ ରେଜିଷ୍ଟ୍ରାର ନିଯୁକ୍ତି ଦେବା ପରେ ବିଶ୍ଵବିଦ୍ୟାଳୟର ଅନ୍ୟ ସବୁ ପଦବି ନିଯୁକ୍ତି ବି ସ୍ଵଳ୍ପ ଦିନ ମଧ୍ୟରେ ହେବା ସମ୍ଭାବନା ରହିଛି । ସମସ୍ତ ଟିଚିଂ ଏବଂ ‌ନନ୍ ଟିଚିଙ୍ଗ କର୍ମଚାରୀ ବି ବିଶ୍ଵ ବିଦ୍ୟାଳୟ ଅଧିନରେ କାମ କରିଵେ।
ସମ୍ବନ୍ଧିତ ଖବର