ସର୍ବଦଳୀୟ ବୈଠକରେ ଟିକାକରଣ ପାଇଁ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି

ଭୁବନେଶ୍ବର : କରୋନାଭାଇରସ୍‌ ପରିସ୍ଥିତି ସଂକ୍ରାନ୍ତରେ ଆହୂତ ଏକ ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ  ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ ଏବଂ ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ବିଜୁ ଜନତା ଦଳର ପ୍ରତିନିଧିତ୍ବ କରୁଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ  ଓଡ଼ିଶା କେମିତି ଆଗ ଟିକା ପାଇବ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଯୋଗାଇ ଦେବା ଲାଗି ସର୍ବଦଳୀୟ ବୈଠକରେ ସେ ଦାବି କରିଥିବା ସୂଚନା ଦେଇଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, ଜାତୀୟସ୍ତରରେ ଆରମ୍ଭ ହେବା ପରେ ଓଡ଼ିଶା ପ୍ରଥମେ ଟିକାକରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ବୋଲି ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏ ନେଇ ଦଳ ପକ୍ଷରୁ କେନ୍ଦ୍ରକୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ଏବଂ ତୃଣମୂଳ ସ୍ତରରୁ ଡାଟାବେସ୍ ପ୍ରସ୍ତୁତି କରିବା ପାଇଁ ଦଳ ପ୍ରସ୍ତାବ ରଖିଛି।

Coronavirus vaccine news updates: AIIMS Director hopeful of emergency use of Covid-19 vaccine by December-end | Deccan Herald
Deccan Herald

ସୂଚନା ମୁତାବକ, ଆଜିର ଏହି ବୈଠକରେ କୋଭିଡ ମୁକାବିଲା ନେଇ ଓଡ଼ିଶାର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ।  ପ୍ରଧାନମନ୍ତ୍ରୀ ଟିକା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ଯାହା ଦେଖିଥିଲେ ସେ ନେଇ ସବୁ ଦଳକୁ ଅବଗତ କରାଇଥିଲେ ଏବଂ କହିଥିଲେ ଯେ, ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। କରୋନାଭାଇରସ୍‌ ସଂଗ୍ରାମର ‘ଫ୍ରଣ୍ଟ୍‌ ଲାଇନ୍‌’ରେ ଥିବା କର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ଦିଆଯିବ ଏବଂ ଟିକାର ସଂରକ୍ଷଣ ଏବଂ ପରିବହନ କଥା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ।

ସମ୍ବନ୍ଧିତ ଖବର