ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ମଧୁସୂଦନ ରାଉତ (୫୦) ଓ ତାଙ୍କ ଘର ଯାଜପୁର ଜିଲ୍ଲା ରାଧାଦେଇପୁର ଗ୍ରାମରେ ବୋଲି ଜଣାପଡିଛି। ପରିବାର ଲୋକ ଗୁଣପୁରରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ମାମଲା‌େର ରାୟଗଡା ଜିଲ୍ଲା ପଦ୍ମପୁର ପୁଲିସ ମଧୁସୂଦନ ରାଉତଙ୍କୁ ୨୦୧୬ ଜୁଲାଇ ମାସରେ ଗିରଫ କରିଥିଲା। ସେହି ବର୍ଷ ଜୁଲାଇ ୨୧ତାରିଖରୁ ମଧୁସୂଦନ ବିରାରାଧୀନ କଏଦୀ ଭାବେ ଗୁଣପୁର ଉପକାରାଗାରରେ ରହି ଆସୁଥିଲେ। ଗତ କିଛିଦିନ ହେଲା ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଥିବାରୁ ଜେଲ୍ କର୍ତୃପକ୍ଷ ତାଙ୍କୁ ବହୁବାର ଚିକିତ୍ସା କରାଇ ଆସୁଥିଲେ। ଗତକାଲି ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତୃପକ୍ଷ ମଧୁସୂଦନଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବୋଲୀ ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି।

ସମ୍ବନ୍ଧିତ ଖବର