ଜେଲ ଅଧିକାରୀ ଓ କର୍ମଚାରୀଙ୍କୁ ୟୁନିଫର୍ମ ବାବଦରେ ମିଳିବ ଟଙ୍କା

ବିଧାନସଭା ପରିସରରେ ଖୋଲିବ ଓଟିଡିସି କ୍ୟାଣ୍ଟିନ

ଭୁବନେଶ୍ବର : ଜେଲ୍‌ ଅଧିକାରୀଙ୍କୁ ଆଉ ୟୁନିଫର୍ମ ଦିଆଯିବନି। ଏ ବାବଦରେ ସିଧାସଳଖ ଟଙ୍କା ଦିଆଯିବ। ଜେଲ୍ ଡିଜିଙ୍କ ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିବା ସହ ଆଜି ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଜେଲ୍ ଜିଜିଙ୍କୁ ଅବଗତ କରାଯାଇଛି। ଜେଲ୍ ଡିଆଇଜି, ବରିଷ୍ଠ ଅଧୀକ୍ଷକ, ଅଧୀକ୍ଷକ, ଜେଲର, ସହକାରୀ ଜେଲର ଓ ଉପ ସହକାରୀ ଜେଲରଙ୍କୁ ୟୁନିଫର୍ମ ବାବଦରେ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ମିଳିବ। ସେହିପରି ମୁଖ୍ୟ ଵାର୍ଡର ଏବଂ ଵାର୍ଡରଙ୍କୁ ବାର୍ଷିକ ୪ ହଜାର ଟଙ୍କା ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ବିଧାନସଭା ପରିସରରେ ଖୋଲିବ ଓଟିଡିସି କ୍ୟାଣ୍ଟିନ
ଭୁବନେଶ୍ବର : ବିଧାନସଭା ପରିସରରେ ଓଟିଡିସି ପକ୍ଷରୁ ଏକ କ୍ୟାଣ୍ଟିନ୍ ପ୍ରତିଷ୍ଠା କରାଯିବ। ଏଠାରେ ସୁଲଭ ମୂଲ୍ୟରେ ବିଧାନସଭା କର୍ମଚାରୀ ଓ ଅତିଥିମାନଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ମିଳିବ। ବିଧାନସଭା ସଚିବାଳୟ ପକ୍ଷରୁ କ୍ୟାଣ୍ଟିନ୍ ପାଇଁ ଆବଶ୍ୟକ ଗୃହ, ଆସବାବପତ୍ର ସମେତ ବିଜୁଳି ଓ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏହା ବାଦ୍ କ୍ୟାଣ୍ଟିନ୍ ବାବଦରେ ଖର୍ଚ୍ଚ ମଧ୍ୟ ବିଧାନସଭା ପକ୍ଷରୁ ବହନ କରାଯିବ। ଏକ ବର୍ଷ ପାଇଁ ପରୀକ୍ଷାମୂଳକ ଭାବେ ଏହି ପ୍ରକଳ୍ପ ଚାଲିବ। ଆଜି ଏ ସଂକ୍ରାନ୍ତୀୟ ହୋଇଥିବା ଏକ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତୁରନ୍ତ କ୍ୟାଣ୍ଟିନ୍ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଓଟିଡିସି କର୍ତ୍ତୃପକ୍ଷ ଓ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟପେୟର ଗୁଣାବତ୍ତା ଉପରେ ଗୁରୁତ୍ବ ଦେବାକୁ ସେ କହିଥିଲେ। ବୈଠକରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର