ଓକିଲ-ପୁଲିସ ବିବାଦ : ଉଛୁଳୁଛି କାରାଗାର

ଭୁବନେଶ୍ବର : ଓକିଲ-ପୁଲିସ ବିବାଦ ପରେ ହାଇକୋର୍ଟ ବାର୍‌ ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ରାଜ୍ୟ କାରାଗାରମାନଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ଶୁଣାଣି ହୋଇ ପାରୁନାହିଁ। ଫଳରେ ହାଇକୋର୍ଟରେ ଜାମିନ୍‌ ପାଇବା ପାଇଁ କଏଦୀ ଅପେକ୍ଷାରେ ହିଁ ରହିଛନ୍ତି। ଜେଲ୍‌ରୁ ମୁକୁଳିପାରୁ ନାହାନ୍ତି। ଏଣେ ଗିରଫଦାରୀ କମିନାହିଁ। ପୂର୍ବବତ୍‌ ସମ ଅନୁପାତରେ ଗିରଫଦାରୀ ଚାଲିଥିବାରୁ କଏଦୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟର ୯୦ ପ୍ରତିଶତ ସ୍ଥାନରେ କ୍ଷମତାଠାରୁ ଅଧିକ କଏଦୀ ରହିଥିବାରୁ କାରାଗାର ଉଛୁଳୁଛି।

ସରକାରୀ ପରିସଂଖ୍ୟାନ ଅନୂଯାୟୀ ରାଜ୍ୟ‌େର ଥିବା ମୋଟ ୯୨ କାରାଗାର‌ର କ୍ଷମତା ୧ହଜାର ୫୦୦ ଥିବା ବେଳେ ବର୍ତ୍ତମାନ ଦୁଇ ହଜାର ଆଠ ଶହ କଏଦୀ ରହିଛନ୍ତି। କେବଳ ଖୋର୍ଦ୍ଧା ସବ୍‌ଜେଲ୍‌ରେ କ୍ଷମତା ୨୫୮ ତୁଳନାରେ କମ୍‌ ଅର୍ଥାତ୍‌ ୧୯୦ ରହିଛନ୍ତି। ଝାରପଡ଼ା ଜେଲ୍‌ର କ୍ଷମତା ୭୫୦ ଥିବା ବେଳେ ଏଥିରେ ୨୨ ଶହ କଏଦୀ ଅଛନ୍ତି। ରାଜ୍ୟର ଅନ୍ୟ ଜେଲ୍‌ ତୁଳନାରେ ଏହି ଜେଲ୍‌ର ସ୍ଥିତି ଜଟିଳ ରହିଛି। ତେବେ ଅନ୍ୟ କାରାଗାରମାନଙ୍କରେ ସଂଖ୍ୟା ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିଛି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ରେ କ୍ଷମତା ୩୩୪ ଥିବା ବେଳେ ୪୩୦ କଏଦୀ ରହିଥିବା ବେଳେ ଦେବଗଡ଼ ଉପକାରାଗାରରେ ୧୫୫ କ୍ଷମତା ଥିବା ବେଳେ ୨୦୫ ଅଛନ୍ତି। କଳାହାଣ୍ଡି ଭବାନୀପାଟଣାରେ କ୍ଷମତା ୩୦୦ ସ୍ଥାନରେ ୩୮୨, ବାଲେଶ୍ବର ଜିଲ୍ଲା ଜେଲ୍‌ରେ କ୍ଷମତା ୪୮୦ ସ୍ଥାନରେ ୫୭୦, କନ୍ଧମାଳରେ ୧୮୮ ସ୍ଥାନରେ ୪୦୮, ନବରଙ୍ଗପୁର ସବ୍‌ଜେଲରେ କ୍ଷମତା ୧୪୬ ସ୍ଥାନରେ ୧୮୯, ସୁବର୍ଣ୍ଣପୁରରେ ୧୨୨ ସ୍ଥାନରେ ୧୮୨ କଏଦୀ ରହିଛନ୍ତି। ଯାଜପୁରରେ ଦୁଇଟି ଜେଲ୍‌ରେ କ୍ଷମତା ୩୦୬ରୁ ୭୩୨ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ୬ ଜେଲ୍‌ରେ ମୋଟ କ୍ଷମତା ୧୫୩୯ ଥିବା ସ୍ଥଳେ ଏଠାରେ ୧୭୫୪ ଅଛନ୍ତି। ସେହିଭଳି ପୁରୀରେ ଥିବା ଦୁଇଟି ଜେଲ୍‌ରେ କ୍ଷମତା ୮୬୬ ଥିବା ବେ‌େଳ ଏଠାରେ ୧୦୮୬ ରହୁଛନ୍ତି। ଭଦ୍ରକ ଜେଲ୍‌ର କ୍ଷମତା ୧୬୬ ଥିବା ବେଳେ ଏବେ ୪୭୪ କଏଦୀ ରହିଛନ୍ତି।

ସମ୍ବନ୍ଧିତ ଖବର